ଗଜପତି ଜିଲ୍ଲାର ନୂତନ ଏସ.ପି ଭାବେ ଦାୟିତ୍ଵ ଗ୍ରହଣ କଲେ ତପନ ପଟ୍ଟନାୟକ 

0

 ଲୋକମାନଙ୍କ ସହ ପୋଲିସର ସୁସମ୍ପର୍କ କିପରି ବଜାୟ ରହିବ ସେଥିପ୍ରତି ଦୃଷ୍ଟି ଦେବେ

ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ :   ଗଜପତି ଜିଲ୍ଲାର ନୂତନ ଆରକ୍ଷୀ ଅଧିକ୍ଷକ ଭାବେ ଦାୟିତ୍ଵ ଗ୍ରହଣ କରିଛନ୍ତି ତପନ କୁମାର ପଟ୍ଟନାୟକ। ଅପରାଧ ରୋକିବା ଉପରେ ଗୁରୁତ୍ବ ଦେବା ସହ କରୋନା ଗାଇଡ ଲାଇନ ସଠିକ୍ ଭାବେ ପାଳନ କରିବା ନେଇ ପ୍ରାଥମିକତା ଦେବେ ବୋଲି କହିଛନ୍ତି ଜିଲ୍ଲା ଆରକ୍ଷୀ ଅଧିକ୍ଷକ।  ଏଥି ସହ ଲୋକମାନଙ୍କ ସହ ପୋଲିସର ସୁସମ୍ପର୍କ କିପରି ବଜାୟ ରହିବ ସେଥିପ୍ରତି ଦୃଷ୍ଟି ଦେବେ ବୋଲି କହିଛନ୍ତି । ଦାୟିତ୍ଵ ଗ୍ରହଣ କରିବା ପରେ ତାଙ୍କୁ ସ୍ୱାଗତ କରିବାକୁ ଜିଲ୍ଲାର ସମସ୍ତ ପୋଲିସ ଅଧିକାରୀ ଉପସ୍ଥିତ ଥିଲେ । ଦାୟିତ୍ଵ ଗ୍ରହଣ ବେଳେ ଏସଡିପିଓ ପ୍ରକାଶ ଚନ୍ଦ୍ର ଜେନା ,ସୁନୀଲ କୁମାର ପ୍ରଧାନ , ରାଧାଚରଣ   ପଟ୍ଟନାୟକ , ପାରଳାଖେମୁଣ୍ଡି ଥାନା ଅଧିକାରୀ ବିବେକାନନ୍ଦ ସ୍ୱାଇଁ ପ୍ରମୁଖ ବହୁ ଅଧିକାରୀ ଓ କର୍ମଚାରୀମାନେ ଉପସ୍ଥିତ ରହି ନୂତନ ଏସ.ପିଙ୍କୁ ସ୍ୱାଗତ କରିଥିଲେ।

Leave A Reply

Your email address will not be published.