ଲକଡାଉନ ହେଲା ଲଇକେରା ପଞ୍ଚାୟତର ଲଇକେରା ଗ୍ରାମ। 

0

ଝାରସୁଗୁଡ଼ା :(ସୁଭାଷ ସହାରେ) : କରୋନା ପଜିଟିଭ ରୋଗୀ ଚିହ୍ନଟ ହେବା ପରେ ଲଇକେରାକୁ ସଂପୂର୍ଣ୍ଣ ସଟଡାଉନ ଘୋଷଣା କରିଛନ୍ତି ସରପଞ୍ଚ। ଜନସାଧାରଣଙ୍କ ଉଦ୍ଦେଶ୍ୟରେ ଏକ ବିବୃତିରେ ସରପଞ୍ଚ ଶ୍ରୀ ସୁଶୀଲ କୁମାର କିସାନ ଉଲ୍ଲେଖ କରିଛନ୍ତି ଯେ ସାଧାରଣ ଜନତାଙ୍କ ଧନଜୀବନର ନିରାପତ୍ତା ଓ ସୁରକ୍ଷାକୁ ଦୃଷ୍ଟିରେ ରଖି ତଥା କରୋନା ସଂକ୍ରମଣକୁ ପ୍ରତିହତ କରିବା ପାଇଁ ସମଗ୍ର ଲଇକେରା ରାଜସ୍ବ ଗ୍ରାମକୁ ୨୨ ଜୁଲାଇ ୨୦୨୦ ସକାଳ ୭ଟାରୁ ୨୪ ଜୁଲାଇ ୨୦୨୦ ସଂଧ୍ୟା ୭ଟା ପର୍ଯ୍ୟନ୍ତ ସଂପୂର୍ଣ୍ଣ ଭାବରେ ବନ୍ଦ ବା ସଟ୍ ଡାଉନ କରିବାକୁ ନିଷ୍ପତ୍ତି ନିଆଯାଇଛି। ଏହି ସମୟ ମଧ୍ୟରେ କେବଳ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ କାର୍ଯ୍ୟାଳୟ, ଔଷଧ ଦୋକାନ, କ୍ଷୀର ଦୋକାନ ଓ ବ୍ୟାଙ୍କ ଖୋଲା ରହିବ। 

ଉକ୍ତ ସଟ୍ ଡାଉନ ସମୟକାଳରେ କେହି ଘରୁ ନ ବାହାରିବାକୁ ଓ ନିଜ ନିଜ ଘର ଭିତରେ ରହିବାକୁ ସରପଞ୍ଚ ଅନୁରୋଧ କରିଛନ୍ତି। ଅତ୍ୟନ୍ତ ଆବଶ୍ୟକ ହେଲେ ସରପଞ୍ଚଙ୍କ ନିକଟରୁ ଅନୁମତି ନେଇ ବାହାରିବାକୁ ସୂଚନା ଦିଆଯାଇଛି।

 

Leave A Reply

Your email address will not be published.