ଜଗଦଲପୁର ଥାନା ପକ୍ଷରୁ ବିଭିନ୍ନ ସ୍ଥାନରେ କଡାକଡି ଚେକିଙ୍ଗ

0

ଝାରବନ୍ଧ-ମନୋହର ଦାଶ / ବରଗଡ ଜିଲ୍ଲା ରେ ବଢି ଚାଲିଥିବା କରୋନା ସଂକ୍ରମଣ ରୋକିବା ପାଇଁ ଜଗଦଲପୁର ପୋଲିସ ପକ୍ଷରୁ କଟକଣା ଆହୁରି କଡାକଡି କରିଛି ।ବାହାରେ ବୁଲୁଥିବା ଅମାନିଆଙ୍କୁ ସାବାଡ଼ କରିବା ଦୋକାନ ଆଗରେ ହେଉଥିବା ଭିଡ଼ କମାଇବା ଉପରେ ପୋଲିସ ପକ୍ଷ ରୁ ପଦକ୍ଷେପ ନିଆଯାଇଛି ।

ଜଗଦଲପୁର ପୋଲିସ ପକ୍ଷ ରୁ ଜନସାଧାରଣ ଓ ଦୋକାନି ଙ୍କୁ ସଚେତନ କରାଯାଉଥିବା ଦେଖିବାକୁ ମିଳିଥିଲା। ଦୋକାନ ରେ ହେଉଥିବା ଭିଡ଼ ପାଇଁ ଦୋକାନୀ ଙ୍କୁ ଦାୟୀ କରାଯିବା ସହ ଆବଶ୍ୟକ ପଡ଼ିଲେ ଫାଇନ ଆଦାୟ ସହ ଦୋକାନ କୁ ସିଲ କରାଯିବ ବୋଲି ଥାନା ଆଇ.ଆଇସି ଶ୍ରୀମତୀ ଲିଲିମା ଲଳିତା ବାର୍ଳା ଚେତାବନୀ ଦେଇଛନ୍ତି । ଥାନା ଅଞ୍ଚଳ ରେ ଥିବା ବିଭିନ୍ନ ଛକ ଓ ବିଭିନ୍ନ ଗ୍ରାମ ରେ ପେଟ୍ରୋଲିଂ ବ୍ୟବସ୍ତା କୁ କଡାକଡୀ କରିବା ସହ ଗାଡି ଯାଞ୍ଚ ସାମାଜିକ ଦୂରତା ଓ ମାସ୍କ ପରିଧାନ କୁ ଗୁରୁତ୍ୱ ଦେଉଥିବା ଦେଖିବାକୁ ମିଳିଛି ।

କରୋନା ଭଳି ସ୍ଥିତି ରୁ ନିଜେ ବର୍ତ୍ତିବା ସହ ଅନ୍ୟ ର ଜୀବନ ରକ୍ଷା ପାଇଁ ସମସ୍ତେ ନିୟମ ପାଳନ କରିବାକୁ ପରାମର୍ଶ ଦିଆଯାଇଛି । ଜନସାଧାରଣ ଙ୍କ ସୁରକ୍ଷା ପାଇଁ ଅମାନିଆ ମାନଙ୍କ ବିରୁଦ୍ଧ ରେ ମାମଲା ଓ ଜୋରିମାନା ଉଭୟ କରାଯିବ ବୋଲି ସୂଚନା ଦିଆଯାଇଛି ।

Leave A Reply

Your email address will not be published.