ଅନାଥ ତିନି ନିଷ୍ପାପ ଶିଶୁ , ଶୈଶବ ଅସହାୟ : ପ୍ରଶାସନ ହେବ କି ସଦୟ

0

ସିନାପାଲି :ଅନାଥ ହୋଇଯାଇଛନ୍ତି ତିନୋଟି କୋମଳମତି ଶିଶୁ । ଶୈଶବ ହୋଇପଡିଛି ଅସହାୟ । ଖୋଜୁଛନ୍ତି ସେମାନେ ବଞ୍ଚିବାର ବାଟ ।ଗତ ଛଅମାସ  ତଳେ ଯକ୍ଷ୍ମା ରୋଗରେ ଆରପାରିକୁ ଚାଲିଯାଇଥିଲେ ବାପା କୃଷ୍ଣ ମାଝି । ପୁଣି ବିଧାତା ନିଷ୍ଠୁର ହୋଇ ପୁଣି ସେମାନଙ୍କ ଠାରୁ ଛଣେଇ ନେଲେ ମାଆ ମଦନା ମାଝୀଙ୍କୁ । କିଛି ଦିନ ତଳେ ମାଆ ମଦନା ମାଝୀଙ୍କୁ ସାପ କାମୁଡ଼ିଲା ପରେ ଉପଯୁକ୍ତ ଚିକିତ୍ସା ଅଭାବରୁ ସେ ମୃତ୍ୟୁ ବରଣ କଲେ । ତିନି ଶିଶୁ କୁ ଅନାଥ କରି ଚାଲିଗଲେ ଉଭୟ ବାପା ଓ ମାଆ ।ଏଭଳି ଏକ ହୃଦୟ ବିଦାରକ ଘଟଣା ଘଟିଛି ନୂଆପଡା ଜିଲ୍ଲା ବୋଡେ଼ନ ବ୍ଲକ ଭଇଁସାଦାନୀ ଗାଁ ରେ ।

ଏହି ଖବର ପାଇ ଭାଇସା ଦାନୀ ସରପଞ୍ଚ ନାଗ ତାଙ୍କ ପରିବାରକୁ ହରିଶ୍ଚନ୍ଦ୍ର ଯୋଜନାରେ ୨ହଜାର ଟଙ୍କା ଶୁଦ୍ଧିକ୍ରିୟା କରିବା ପାଇଁ ରାସନ ପ୍ରଦାନ କରିଥିବା ବେଳେ BDO ଙ୍କୁ କହି ସେ ଶିଶୁମାନଙ୍କ ରହିବା ପାଇଁ ଗୋଟିଏ ଘର ଏବଂ ସମସ୍ତ ସରକାରୀ ସୁବିଧା ଯୋଗାଇଦେବୁ ବୋଲି ପ୍ରତିଶୃତି  ଦେଇଛନ୍ତି । ବର୍ତ୍ତମାନ ତାଙ୍କ ବଡବାପା କବିରାଜ ମାଝୀ ଓ ବଡ଼ ମାଆ ଅନୁସାୟା ମାଝୀ ଙ୍କ ନିକଟରେ ରହୁଛନ୍ତି ।

Leave A Reply

Your email address will not be published.