ଭୁବନେଶ୍ୱର (ଶାସକ ପ୍ରଶାସକ) : ଆଜି କରୋନା ଚିହ୍ନଟ ହୋଇଛନ୍ତି ୭୩୬ କରୋନା ପଜିଟିଭ | ରାଜ୍ୟର ୨୫ ଜିଲ୍ଲାରୁ ଚିହ୍ନଟ ହୋଇଥିବା ୭୩୬ ଆକ୍ରାନ୍ତଙ୍କ ମଧ୍ୟରୁ ୪୮୧ ଜଣ କ୍ଵାରେଣ୍ଟାଇନ ସେଣ୍ଟରରୁ ଚିହ୍ନଟ ହୋଇଥିବା ବେଳେ ସ୍ଥାନୀୟ ଅଂଚଳରୁ ଚିହ୍ନଟ ହୋଇଛନ୍ତି ୨୫୫ ଜଣ | ଫଳରେ ରାଜ୍ୟରେ କରୋନା ପଜିଟିଭ ସଂଖ୍ୟା ୧୭୪୩୭ ରେ ପହଁଚିଲା | ସକ୍ରିୟଙ୍କ ସଂଖ୍ୟା ୫୩୮୨ ଥିବା ବେଳେ ସୁସ୍ଥ ହେଲେଣି ୧୧୯୩୭ ଜଣ | ରାଜ୍ୟରେ ସର୍ବାଧିକ ଗଂଜାମ ଜିଲ୍ଲାରୁ ୨୪୭ ଜଣ ଚିହ୍ନଟ ହୋଇଥିବା ବେଳେ ଖୋର୍ଦ୍ଧାରୁ ଚିହ୍ନଟ ହୋଇଛନ୍ତି ୧୦୭ ଜଣ | ସେହିପରି ଅନୁଗୁଳ ୨୨, ବାଲେଶ୍ୱର ୩୩, ବରଗଡ ୩, ଭଦ୍ରକ ୫, ବଲାଙ୍ଗୀର ୪, ବୌଧ ୮, କଟକ ୨୭, ଢେଙ୍କାନାଳରୁ ଜଣେ, ଗଜପତି ୩୯, ଜଗତସିଂହପୁର ୪୦, ଯାଜପୁର ୪୦, କଳାହାଣ୍ଡି ୨, କେନ୍ଦ୍ରାପଡା ୭, କେନ୍ଦୁଝର ୧, କୋରାପୁଟ ୪୫, ମାଲକାନଗିରି ୧୮, ମୟୁରଭଞ୍ଜ ୧୨, ନବରଙ୍ଗପୁର ୧, ନୟାଗଡ ୧୦, ପୁରୀ ୧୪, ରାୟଗଡା ୮, ସମ୍ବଲପୁର ୨୫ ଓ ସୁନ୍ଦରଗଡରୁ ୧୭ ଜଣ ଚିହ୍ନଟ ହୋଇଛନ୍ତି |
Sign in
Sign in
Recover your password.
A password will be e-mailed to you.
Prev Post