ଉତ୍ତର ଓଡ଼ିଶା ବିଶ୍ୱବିଦ୍ୟାଳୟର ଆନ୍ତର୍ଜାତୀୟ ଅନଲାଇନ ବକ୍ତୃତାମାଳା ଉଦଘାଟିତ
ମତ ରଖିବେ ବିଶ୍ୱର ୧୩ ପ୍ରସିଦ୍ଧ ବୈଜ୍ଞାନିକ
ବାରିପଦା(ଦିଲ୍ଲୀପ ମହାନ୍ତି )- ଜ୍ଞାନ ବିତରଣ ବ୍ୟବସ୍ଥାକୁ ବିଶ୍ୱ ମହାମାରୀ କରୋନା ଅଟକାଇ ପାରି ନାହିଁ । ପ୍ରତିକୂଳ ପରିସ୍ଥିତି ନୂତନ ଉଦ୍ଭାବନର ରାସ୍ତା ଦେଖାଇଛି । ଉତ୍ତର ଓଡ଼ିଶା ବିଶ୍ୱବିଦ୍ୟାଳୟର କମ୍ପୁ୍ୟଟର ପ୍ରୟୋଗ ବିଭାଗ ପକ୍ଷରୁ କୁଳପତି ପ୍ରଫେସର ପ୍ରଦୀପ କୁମାର ଚାନ୍ଦଙ୍କ ଦ୍ୱାରା କୃତ୍ରିମ ବୁଦ୍ଧିମତ୍ତା ଓ ଯନ୍ତ୍ର ଶିକ୍ଷାର ଧାରା ଶୀର୍ଷକ ଅନଲାଇନରେ ଅନ୍ତର୍ଜାତୀୟ ବକ୍ତୃତାମାଳର ଉଦଘାଟନ ଏକ ଉଦାହରଣ ପାଲଟିଛି । ଗୁଗୁଲ ମିଟ ମାଧ୍ୟମରେ ୨୧ ଜୁଲାଇ ପର୍ଯ୍ୟନ୍ତ ହେବାକୁ ଥିବା ଆଲୋଚନା ଚକ୍ରରେ ଦେଶ ବିଦେଶରୁ ୧୩ ଜଣ ଲବ୍ଧ ପ୍ରତିଷ୍ଠା ବୈଜ୍ଞାନିକ ନିଜର ଅଭିଭାଷଣ ପ୍ରଦାନ କରିବେ । ଆଜିର ଏହି ଉଦଘାଟନୀ କାର୍ଯ୍ୟକ୍ରମରେ ବିଶ୍ୱବିଦ୍ୟାଳୟର କୁଳପତି ପ୍ରଫେସର ଚାନ୍ଦ ମେସିନ ଲର୍ଣ୍ଣିଂର ଜନକ ଆଲାନ ଟୁ୍ୟରିଙ୍ଗଙ୍କ ସ୍ମୃତି ଚାରଣ କରିବା ଅବସରରେ ଆଜିର ମେସିନ ଲର୍ଣ୍ଣିଂ , ଡିପ୍ ଲର୍ଣ୍ଣିଂ ଆଦି ବୈଷୟିକ ଜ୍ଞାନ କୌଶଳ ଆମ ଜୀବନର ସମସ୍ତ କ୍ଷେତ୍ରକୁ ସ୍ପର୍ଶ କରିପାରିଛି । ଆଗାମୀ ଦିନରେ ଏହା ସମଗ୍ର ବିଶ୍ୱରେ ଏକ ଯୁଗାନ୍ତକାରୀ ପରିବର୍ତ୍ତନ ଆଣିବାରେ ଉଜ୍ଜ୍ୱଳ ସମ୍ଭାବନା ରହିଛି ବୋଲି କୁଳପତି ମତବକ୍ତ କରିଥିଲେ । କାର୍ଯ୍ୟକ୍ରମରେ ସ୍ନାତକୋତ୍ତର ପରିଷଦର ଅଧ୍ୟକ୍ଷ ପ୍ରଫସେର ଅନୀଲ କୁମାର ବିଶ୍ୱାଳ ତାଙ୍କ ଅଧ୍ୟକ୍ଷ ଭାଷଣରେ ଅଧୁନା କରୋନା କବଳରେ ମନୁଷ୍ୟ ହୁଏତ ସାମୟିକ ଭାବେ ଅସହାୟ ହୋଇପଡ଼ିଛି, କିନ୍ତୁ ଯନ୍ତ୍ର ଶିକ୍ଷଣ ମାଧ୍ୟମରେ ନିଜର ସମସ୍ୟାର ସମାଧାନ ଦିଗରେ ତପôର ହୋଇଉଠିଛି ବୋଲି ମତପ୍ରକାଶ କରିଥିଲେ । କାର୍ଯ୍ୟକ୍ରମର ଆବାହକ ତଥା କମ୍ପୁ୍ୟଟର ପ୍ରୟୋଗ ବିଭାଗର ମୁଖ୍ୟ ଡ଼ଃ ସୁଜାତା ଦାଶ ଅତିଥି ପରିଚୟ ଓ ସ୍ୱାଗତ ଭାଷଣ ପ୍ରଦାନ କରିଥିବା ବେଳେ ନୂଆଦିଲ୍ଲୀସ୍ଥିତ ଇନ୍ଦ୍ରପ୍ରସ୍ଥ ଇନଷ୍ଟିଚୁ୍ୟଟ ଅଫ ଇନଫର୍ମେସନଟେକ୍ନୋଲୋଜିର କମ୍ପୁ୍ୟଟେସନାଲ ବାୟୋଲୋଜିର ପ୍ରଫେସର ଗଜେନ୍ଦ୍ର ପାଲ୍ ସିଂହ ରାଘବ ବିଗ ଡାଟା ମାଇନିଙ୍ଗ ଏଣ୍ଡ ମେସିନ ଲର୍ଣ୍ଣିଂ ଇନ ବାୟୋଇନଫର୍ମେଟିକ୍ସ ଶୀର୍ଷକ ଉଦଘାଟନୀ ବକ୍ତୃତା ପ୍ରଦାନ କରିଥିଲେ । ସେହିପରି ଅପରାହ୍ନ କାର୍ଯ୍ୟକ୍ରମରେ ଭିଏତନାମସ୍ଥିତ ଥୁ ଦାଉ ମୋଟ ୟୁନିଭର୍ସିଟିର ପ୍ରଫେସର ହୁଙ୍ଗ ବୋଇ ଥାନ୍ ନିଜର ବକ୍ୃତା ପ୍ରଦାନ କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ କାନାଡ଼ାର ମାନିତୋବା ୟୁନିଭାର୍ସିଟିର ପ୍ରଫେସର ରୂପତୁଳସୀରାମ, ଭିଲାଇ ଆଇଆଇଟିର ପ୍ରଫେସର ବିଜୟ କୃଷ୍ଣ ପାଣିଗ୍ରାହୀ, ଆଇଆଇଟି ଭୂବନେଶ୍ୱରର ପୂର୍ବତନ ପ୍ରଫେସର ଗଣପତି ପଣ୍ଡା, ଯୁକ୍ତରାଷ୍ଟ୍ର ଆମେରିକାସ୍ଥିତ ଭିଡ଼ିଓନେଟିକ୍ସର ପ୍ରତିଷ୍ଠାତା ଡ଼ଃ ଟିଙ୍କୁ ଆଚାର୍ଯ୍ୟ, ୟୁନିଭର୍ସିଟି ଅଫ ହାଇଦ୍ରାବାଦର ପ୍ରଫେସର ଶିବ କୁମାର ଉଦ୍ଗାତା, ଭିଏତନାମ ଡୟ ଟାନ ୟୁନିଭାର୍ସିଟିର ପ୍ରଫେସର ଡ଼ଃ ଆନନ୍ଦ ନାୟାର, ଶାନ୍ତିନିକେତନ ପ୍ରଫେସର ଉପôଳ ରାୟ, ତୁର୍କୀସ୍ଥିତ ତ୍ରାକ୍ୟା ୟୁନିଭାର୍ସିଟିର ପ୍ରଫେସର କୋହାର୍ନ ସେଙ୍ଗିଜ, ଇରାକ କୁଫା ୟୁନିଭାର୍ସିଟିର ପ୍ରଫେସର ଅହମ୍ମଦ ଜେ ଓବୈଦ, ଅଷ୍ଟେ୍ରଲିଆର ମରଡ଼କ ୟୁନିଭାର୍ସିଟିର ପ୍ରଫେସର ଲାନ୍ସ ଚୁନ ଚେ ଫଙ୍ଗ ଏବଂ ଗୋଆ ଆଇଆଇଟିର ପ୍ରଫେସର ବିଦ୍ୟାଧର ସୁବୁଦ୍ଧି ପ୍ରମୁଖ ଆଗାମୀ ଦିନରେ ନିଜର ବକ୍ତୃତା ପ୍ରଦାନ କରିବାର କାର୍ଯ୍ୟକ୍ରମ ସ୍ଥିରିକୃତ ହୋଇଛି । ଉକ୍ତ କାର୍ଯ୍ୟକ୍ରମରେ ଯୁଗ୍ମ ଆବାହକ ଭାବେ ପ୍ରଫେସର ଏମ୍ ହିମବିନ୍ଦୁ , ଅଧ୍ୟାପକ ଜୀବେନ୍ଦୁ କୁମାର ମନ୍ତ୍ରୀ , କାର୍ଯ୍ୟକାରୀ ସମ୍ପାଦକ ଭାବେ ସହକାରୀ ଅଧ୍ୟାପକ ପ୍ରଶାନ୍ତ କୁମାର ସ୍ୱାଇଁ ଓ ସ୍ୱରୂପାନନ୍ଦ ବିଶୋଇ ପ୍ରମୁଖ କାର୍ଯ୍ୟ କରୁଥିବା ବେଳେ ଅଧ୍ୟାପକ ଶାନ୍ତିସ୍ୱରୂପ ବସା, ଜ୍ୟୋତି କିଶୋର ମହାନ୍ତ, ସୌରଭ ଗିିରି ପ୍ରମୁଖ ବୈଷୟିକ ସହାୟତା ପ୍ରଦାନ କରିଥିଲେ ।
ଉତ୍ତର ଓଡ଼ିଶା ବିଶ୍ୱବିଦ୍ୟାଳୟର ଆନ୍ତର୍ଜାତୀୟ ଅନଲାଇନ ବକ୍ତୃତାମାଳା ଉଦଘାଟିତ