ବର୍ଷେରୁ ଅଧିକ ହେବ ଜଳୁନି ଷ୍ଟ୍ରିଟ ଲାଇଟ: ବିଭାଗୀୟ ଅଧିକାରୀଙ୍କ ଖାମଖିଆଲି ମନୋଭାବ

0

ପଦ୍ମପୁର-ସହର ଗୁଡିକ ରାତ୍ରି ସମୟରେ ଆଲୋକିତ ହେବ ବୋଲି ସରକାର ବିଭିନ୍ନ ସହରର ରାସ୍ତା ତଥା ସମସ୍ତ ଗଳିକନ୍ଦିରେ ଷ୍ଟ୍ରିଟ ଲାଇଟ ଲଗାଇଛନ୍ତି । ପଦ୍ମପୁର ବିଜ୍ଞାପିତ ଅଞ୍ଚଳ ଅଧିନସ୍ଥ ସମସ୍ତ ଏଗାର ଗୋଟି ଓ୍ବାର୍ଡରେ ଆଲୋକିକରଣ ପାଇଁ ଲାଇଟ ଲଗାଯାଇଛି । ଏନଏସି ସାତ ନମ୍ବର ଓ୍ବାର୍ଡର ଅମଲିପାଲି ଅଞ୍ଚଳ ସହରଠୁ ଟିକେ ଦୂରରେ ରହିଛି । ସେଠାକୁ ମଧ୍ୟ ଷ୍ଟ୍ରିଟ ଲାଇଟ ଲଗାଯାଇଥିଲା । ହେଲେ ଏନଏସିର ରକ୍ଷଣାବେକ୍ଷଣ ଅଭାବରୁ ପ୍ରାୟ ଏକ ବର୍ଷରୁ ଅଧିକ ହେବ ଏହି ଷ୍ଟ୍ରିଟ ଲାଇଟ ଗୁଡିକ ଆଉ ଜଲୁନାହିଁ । ଲାଇଟ ଖୁଣ୍ଟ ଗୁଡ଼ିକ ଅର୍ଧନତମସ୍ତକ ଭାବରେ ପଡିରହିଛି । କିଛି ଖୁଣ୍ଟରେ ହିଁ ବଲବ ଗୁଡିକ ରହିଛି । କେତେକ ଜାଗାରେ ବିଦ୍ୟୁତ ତାର ଛିଣ୍ଡି ତଲେ ପଡି ରହିଛି । ସରକାର ସହରକୁ ଆଲୋକିତ କରିବା ପାଇଁ ଲକ୍ଷ ଲକ୍ଷ ଟଙ୍କା ଖର୍ଚ୍ଚ କରୁଛନ୍ତି ବିଭାଗୀୟ ଅଧିକାରୀଙ୍କ ଏହି ଖାମଖିଆଲି ମନୋଭାବ ଯୋଗୁଁ ଏହା କାର୍ଯ୍ୟକାରୀ ହେଇପାରୁ ନାହିଁ। ବିଭାଗୀୟ ଅଧିକାରୀ ଏହା ପ୍ରତି ଧ୍ୟାନ ଦେଇ ଏହି ଷ୍ଟ୍ରିଟ ଲାଇଟ ଲଗାଇବାର ବ୍ୟବସ୍ଥା କରିବା ପାଇଁ ସାଧାରଣରେ ଦାବୀ ହେଉଛି ।

Leave A Reply

Your email address will not be published.