ବୁଗୁଡା/ ଡ଼ଃ କୁମୁଦ ଚନ୍ଦ୍ର ବେହେରା : ବୁଗୁଡା ବିଜ୍ଞାପିତ ଅଞ୍ଚଳ ପରିଷଦ ଅନ୍ତର୍ଗତ ୬ ନମ୍ବର ୱାର୍ଡ଼ରେ କରୋନା ସଂକ୍ରମଣ ନେଇ ଜନସଚେତନତା କାର୍ଯ୍ୟକ୍ରମ ଶୁକ୍ରବାର ଦିନ ଅନୁଷ୍ଠିତ ହୋଇଯାଇଛି।କରୋନା ସଂକ୍ରମଣ ରୋକିବା ପାଇଁ ଜନସଚେତନତା କାର୍ଯ୍ୟକ୍ରମରେ ଏନଏସିର ୬ ନମ୍ବର ୱାର୍ଡ଼ର ଜନସାଧାରଣଙ୍କ ସମେତ ଅଙ୍ଗନବାଡି କର୍ମୀ, ଆଶା କର୍ମୀ, ସ୍ବେଚ୍ଛାସେବୀ ବୃନ୍ଦ ଯୋଗଦେଇ ଆଲୋଚନାରେ ଅଂଶ ଗ୍ରହଣ କରିଥିଲେ। ବୁଗୁଡା ବ୍ଲକ କୋଭିଡ ନୋଡାଲ ଅଫିସର ତଥା ବିଡ଼ିଓ ତନ୍ମୟ ପାତ୍ର, ଓ ଏନ.ଏ.ସି. କାର୍ଯ୍ୟ ନିର୍ବାହୀ ଅଧିକାରୀ ରଶ୍ମିରଞ୍ଜନ ଦାଶ ଏହି କାର୍ଯ୍ୟକ୍ରମରେ ଯୋଗଦେଇ କରୋନା ସଂକ୍ରମଣକୁ ରୋକିବାକୁ କଣ ସବୁ ପଦକ୍ଷେପ ଗ୍ରହଣ କରିବାକୁ ପଡିବ ଉପସ୍ଥିତ ଜନସାଧାରଣଙ୍କୁ ବୁଝାଇଥିଲେ। ଭୟଭୀତ ନହୋଇ ଧର୍ଯ୍ୟର ସହ କୋଭିଡ ନିୟମକୁ ପାଳନ କଲେ ଆମକୁ କରୋନା ଭୁତାଣୁ ସ୍ପର୍ଶ କରିପାରିବ ନାହିଁ ବୋଲି ପରାମର୍ଶ ଦେଇଥିଲେ। ବାରମ୍ବାର ସାବୁନ ବା ହ୍ୟାଣ୍ଡ ୱାସ ଦ୍ୱାରା ହାତ ସଫା କରିବା, ମାସ୍କ ପିନ୍ଧିବା ଓ ସାମାଜିକ ଦୂରତା ବଜାୟ ରଖିବା ଉପରେ ଗୁରୁତ୍ୱ ପ୍ରଦାନ କରିଥିଲେ। ସମସ୍ତେ ସଚେତନତା ରହିଲେ ନିଶ୍ଚିତ ଭାବେ କରୋନା ମହମାରୀକୁ ହଟାଇ ପାରିବା ବୋଲି ଜନସାଧାରଣଙ୍କୁ ଦୁଇ ପ୍ରଶାସକ ବୁଝାଇଥିଲେ। ଏନଏସି ର କର୍ମଚାରୀ ବୃନ୍ଦ କାର୍ଯ୍ୟକ୍ରମରେ ସହଯୋଗ କରିଥିଲେ।
Sign in
Sign in
Recover your password.
A password will be e-mailed to you.
Prev Post