ଓରେରାର ଅଧ୍ୟକ୍ଷ ଭାବେ ନିଯୁକ୍ତ ହେଲେ ସିଦ୍ଧାନ୍ତ ଦାସ 

0

ଭୁବନେଶ୍ୱର (ଶାସକ ପ୍ରଶାସକ)  : ନ୍ୟାସନାଲ ଗ୍ରୀନ ଟ୍ରିବ୍ୟୁନାଲର ବିଶେଷଜ୍ଞ  ସଦସ୍ୟ ତଥା ଭାରତ ସରକାରଙ୍କ ଜଙ୍ଗଲ  ମନ୍ତ୍ରଣାଳୟର ପୂର୍ବତନ ମହାନିର୍ଦ୍ଦେଶକ ଅବସରପ୍ରାପ୍ତ ଓଡିଶା କ୍ୟାଡର ଭାରତୀୟ ଜଙ୍ଗଲ ସେବା ଅଧିକାରୀ(୧୯୮୨ ବ୍ୟାଚ)  ସିଦ୍ଧାନ୍ତ ଦାସଙ୍କୁ ଓଡିଶା ସରକାର ଓଡିଶା ରିୟଲ ଇଷ୍ଟେଟ ରେଗୁଲେଟରି ଅଥରୀଟି(ଓରେରା)ର ଅଧ୍ୟକ୍ଷ ଭାବେ ନିଯୁକ୍ତି ଦେଇଛନ୍ତି | ଗତକାଲି ରାଜ୍ୟ ଗୃହ ନିର୍ମାଣ ଓ ନଗର ଉନ୍ନୟନ ବିଭାଗ ପକ୍ଷରୁ ବିଧିବଦ୍ଧ ବିଜ୍ଞପ୍ତି ପ୍ରକାଶ ପାଇଛି |  

ଜଣେ ଦକ୍ଷ ଜଙ୍ଗଲ ବିଭାଗ ଅଧିକାରୀ ଭାବେ ଜଣାଶୁଣା ଶ୍ରୀ ଦାସ ମହାବାତ୍ୟା ପରେ  ଓସଡମାର ପ୍ରଥମ ତଥା ପୂର୍ଣକାଳୀନ ଅଧିକାରୀ ଭାବେ ନିଯୁକ୍ତ ହୋଇ ଏହାର ସିଇଓ ଭାବେ କାର୍ଯ୍ୟ କରିଥିଲେ | ତାଙ୍କ ତତ୍ତ୍ୱବାଧ୍ୟାନରେ ରାଜ୍ୟର ପ୍ରଥମ ବିପର୍ଯ୍ୟୟ ପ୍ରଶମନ ନୀତି ଓ ବିପର୍ଯ୍ୟୟ ପ୍ରଶମନ ଯୋଜନା ପ୍ରସ୍ତୁତ ହୋଇଥିଲା |  ତାପରେ ଓଡିଶା ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡର ସଚିବ ଭାବେ ସଫଳତାର ସହ କାର୍ଯ୍ୟ କରିଥିଲେ | ସେ ବିଶ୍ୱ କ୍ଷ କାର୍ଯ୍ୟକ୍ରମ ଅନ୍ତର୍ଗତ ପ୍ରୋଜେକ୍ଟ ଡ଼ାଇରେକ୍ଟର ଭାବେ ମଧ୍ୟ କାର୍ଯ୍ୟକରିଛନ୍ତି |

Leave A Reply

Your email address will not be published.