ଗଜପତି ଜିଲ୍ଲା ସୂଚନା ଓ ଲୋକସଂପର୍କ ଅଧିକାରୀଙ୍କ ବିୟୋଗରେ ଓଡ଼ିଶା ସୂଚନା ସେବା ସଂଘର ଶୋକ

0

ଭୁବନେଶ୍ୱର(ଶାସକ ପ୍ରଶାସକ):ଗଜପତି ଜିଲ୍ଲା ସୂଚନା ଓ ଲୋକସଂପର୍କ ଅଧିକାରୀ ଶ୍ରୀ ରବିଚନ୍ଦ୍ର ନାୟକଙ୍କ ବିୟୋଗରେ ଓଡ଼ିଶା ସୂଚନା ସେବା ସଂଘ ତରଫରୁ ଶୋକ ପ୍ରକାଶ କରାଯାଇଛିା ଏହି ପରିପ୍ରେକ୍ଷୀରେ ରାଜ୍ୟ ଲୋକ ସଂପର୍କ ଭବନ ସମ୍ମଳିନୀ କକ୍ଷରେ ସାମାଜିକ ଦୂରତା ରକ୍ଷାପୂର୍ବକ ସଂଘର କର୍ମକର୍ତ୍ତାମାନେ ସ୍ୱର୍ଗତ ଆତ୍ମାର ସଦଗତି  ନିମନ୍ତେ ୨ ମିନିଟ୍ ନୀରବପ୍ରାର୍ଥନା କରିଥିଲୋ ସେହିପରି ସଂଘର ଅନ୍ୟ ସମସ୍ତ ସଦସ୍ୟସଦସ୍ୟା ଏବଂ ଜିଲ୍ଲା ତଥା ଉପଖଣ୍ଡ ସୂଚନା ଓ ଲୋକସଂପର୍କ ଅଧିକାରୀମାନେ ସାମାଜିକ ଗଣମାଧ୍ୟମ (ହ୍ୱାଟସ୍ଆପ୍ ଗ୍ରୁପ୍) ଜରିଆରେ ଦିବଂଗତ ଆତ୍ମାର ସଦ୍ଗତି ପ୍ରାର୍ଥନା କରିଥିଲୋ ବିଭିନ୍ନ ଜିଲ୍ଲା ସୂଚନା ଓ ଲୋକସଂପର୍କ କାର୍ଯ୍ୟାଳୟରେ ମଧ୍ୟ ନୀରବ ପ୍ରାର୍ଥନାପୂର୍ବକ ଦିବଂଗତ ଅଧିକାରୀଙ୍କୁ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରାଯାଇଛିା

ଶ୍ରୀ ନାୟକ କାର୍ଯ୍ୟରତ ଥିବାବେଳେ କିଛିଦିନ ପୂର୍ବେ ଅସୁସ୍ଥତା ଅନୁଭବ କରିଥିଲେ ଓ ପରେ ପରେ ତାଙ୍କୁ ଅଶ୍ୱିନୀ କୋଭିଡ୍ ହସ୍ପିଟାଲ୍, କଟକକୁ ଚିକିତ୍ସା ପାଇଁ ଅଣାଯାଇଥିଲାା ବୁଧବାର ସନ୍ଧ୍ୟାରେ ତାଙ୍କର ଦେହାନ୍ତ ହେବା ପରେ କୋଭିଡ୍ କଟକଣା ମଧ୍ୟରେ ତାଙ୍କର ପାର୍ଥିବ  ଶରୀରକୁ ଗତକାଲି ଅଣାଯାଇ ଭୁବ ନେ ଶର୍ୱ ସ୍ଥିତ ସତ୍ୟନଗର ଶ୍ମଶାନରେ ସତ୍କାର କରାଯାଇଛିା ପ୍ରକାଶ ଥାଉ କି, ଶ୍ରୀ ନାୟକ ଗଜପତି ଜିଲ୍ଲାରେ ଯୋଗଦାନ ପୂର୍ବରୁବୌଦ୍ଧ, ରାୟଗଡ଼ା ଜିଲ୍ଲାରେ ଜିଲ୍ଲା ସୂଚନା ଓ ଲୋକସଂପର୍କ ଅଧିକାରୀ ଓ ରାଜ୍ୟ ସରକାରଙ୍କ ବିଭିନ୍ନ ବିଭାଗରେସୂଚନା ଅଧିକାରୀ ଭାବେ କାର୍ଯ୍ୟ କରିଥିଲୋ

 

Leave A Reply

Your email address will not be published.