ସମ୍ବଲପୁର,(ରମାକାନ୍ତ ବିଶ୍ବାଳ ) : ସମ୍ବାଦ ସାହିତ୍ୟ ଘର, କୁଟୁରାଚୁଆଁ ପକ୍ଷରୁ ତା’ର ଦ୍ବିତୀୟ ପର୍ଯ୍ୟୟ ବୃକ୍ଷରୋପଣ କୁଟୁରାଚୁଆଁ କଲେଜ କ୍ୟାମ୍ପସ୍ ଓ ପଡ଼ିଆ ପରିସରରେ ଅନୁଷ୍ଠିତ ହୋଇ ୧୦୦ ବିଭିନ୍ନ ପ୍ରକାରର ଚାରା ରୋପଣ କରାଯାଇଛି। ସଭାପତି ସୁଶ୍ରୀ ଶ୍ଵେତା ପଟେଲ ଓ ସଂପାଦିକା ସୁଶ୍ରୀ ସୁଶ୍ରୀତା ରାଉତ ଙ୍କ ନେତୃତ୍ବରେ ଆୟୋଜିତ ଏଇ କାର୍ଯ୍ୟକ୍ରମରେ ସମ୍ବାଦ ସାହିତ୍ୟ ଘର କୁଚିଣ୍ଡାର ସଭାପତି ତଥା କଲେଜ ଅଧ୍ୟକ୍ଷ ସୁବାସ ଚନ୍ଦ୍ର ନାୟକ ଉଭୟ କର୍ମକର୍ତ୍ତା ଙ୍କୁ ତାଙ୍କର ଉତ୍ସର୍ଗୀ କୃତ ପଦକ୍ଷେପ ପାଇଁ ପୁସ୍ତକ ଓ ପ୍ରମାଣ ପତ୍ର ପ୍ରଦାନ କରି ପୁରସ୍କୃତ କରିଥିଲେ। ଅତିଥି ଶ୍ରୀ ସୁବାସ ଚନ୍ଦ୍ର ନାୟକଙ୍କ ସମେତ ଶ୍ରୀ ସମିନ ନାୟକ, ପଙ୍କଜିନୀ ନାୟକ ପ୍ରମୁଖ ମଧ୍ୟ ବୃକ୍ଷରୋପଣ କରିଥିଲେ । ଇତି ମଧ୍ୟରେ ୨୫୦ ଟି ଚାରା ରୋପିତ ହୋଇ ସାରିଥିବା ଵେଳେ ଯୁବ ସ୍ବାଭିମାନ ଦିବସ ପର୍ଯ୍ୟନ୍ତ ଏକ ହଜାର ବୃକ୍ଷ ରୋପଣ କରାଯିବ ବୋଲି ସମ୍ବାଦ ସାହିତ୍ୟ ଘର ସଭାପତି ତଥା କଲେଜ ଅଧ୍ୟକ୍ଷ ସୁବାସ ଚନ୍ଦ୍ର ନାୟକ ପ୍ରକାଶ କରିଛନ୍ତି l
Sign in
Sign in
Recover your password.
A password will be e-mailed to you.