ସ୍ୱଳ୍ପ ଓ ଲକ୍ଷଣ ନ ଥିବା କରୋନା ପଜିଟିଭମାନଙ୍କ ନିମନ୍ତେ ପ୍ରସ୍ତୁତ କୋଭିଡ଼ କେୟାର ସେଣ୍ଟର

0

 ପରିଦର୍ଶନ କଲେ ଜିଲ୍ଲାପାଳ ଓ ବରିଷ୍ଠ ଅଧିକାରୀଗଣ 

  ବାରିପଦା(ଦିଲ୍ଲୀପ ମହାନ୍ତି )- ମୟୂରଭଞ୍ଜ ଜିଲ୍ଲାରେ ଦିନକୁ ଦିନ ଲୋକାଲ କଣ୍ଟାକ୍ଟରୁ କରୋନା ପଜିଟିଭ ସହ କୋଭିଡ଼ ଯୋଦ୍ଧାମାନେ ଅଧିକ କୋରନା ଭୂତାଣୁ ସଂକ୍ରମିତ ହେବାରେ ଲାଗିଛନ୍ତି । ଏହି ସମୟରେ ବାଙ୍କିଶୋଳସ୍ଥିତ କୋଭିଡ଼ ହସପିଟାଲରେ ୧୮୦ ଆଇସୋଲେଟେଡ଼ ବେଡ଼ ସହିତ ୨୦ ଆସିୟୁର ବ୍ୟବସ୍ଥା ରହିଛି । ତେଣୁ ଜିଲ୍ଲାରେ ବୃଦ୍ଧି ପାଉଥିବା କରୋନା ଆକ୍ରାନ୍ତଙ୍କ ଚିକିତ୍ସା ନିମନ୍ତେ ବାରିପଦା ପୌରପରିଷଦର ଲକ୍ଷ୍ମୀପୋଷି ନିକଟରେ ଏକ କୋଭିଡ଼ କେୟାର  ସେଣ୍ଟର ପ୍ରସ୍ତୁତି ଶେଷ ହୋଇଯାଇଛି । ଆଜି ଜିଲ୍ଲାପାଳ ତଥା କୋଭିଡ଼ ଅବଜାରଭାର ବିନୀତ ଭରଦ୍ୱାଜ, ଅତିରିକ୍ତ ଜିଲ୍ଲାପାଳ ବିବେକାନନ୍ଦ ସାହୁ, ଉପଜିଲ୍ଲାପାଳ ପି ଅନ୍ୱେଷା ରେଡ୍ଡୀ ପ୍ରମୁଖଙ୍କ ସମେତ ବରିଷ୍ଠ  ପ୍ରଶାସନିକ ଅଧିକାରୀମାନେ ଏହି କୋଭିଡ଼ କେୟାରେ ସେଣ୍ଟର ପରିଦର୍ଶନରେ ଯାଇ ପ୍ରସ୍ତୁତିକୁ ନେଇ ସନ୍ତୋଷ ପ୍ରକାଶ କରିଛନ୍ତି । ସୂଚନା ଯୋଗ୍ୟ ଯେ, ସ୍ୱଳ୍ପ ଲକ୍ଷଣ ଯୁକ୍ତ ଏବଂ କୌଣସି ଲକ୍ଷଣ ନ ଥିବା କରୋନା ଆକ୍ରାନ୍ତମାନଙ୍କୁ ଏହି ଲକ୍ଷ୍ମୀପୋଷି କୋଭିଡ଼ କେୟାର ସେଣ୍ଟରେ ଚିକିତ୍ସା ଯୋଗାଇ ଦିଆଯିବା ନିମନ୍ତେ ସମସ୍ତ ସୁବିଧା ସୁଯୋଗର ବ୍ୟବସ୍ଥା କରାଯାଇଛି । 

 

Leave A Reply

Your email address will not be published.