ଧର୍ମଗଡ ସୁଶାନ୍ତ ରାଉତ : କଳାହାଣ୍ଡି ଜିଲ୍ଲାରେ ଗୋ ମାଂସ ଚୋରାଚାଲାଣ ହେବା ସମୟରେ ସ୍ଥାନୀୟ ଲୋକଙ୍କ ସହଯୋଗରେ ପୋଲିସ ୫୦ କେଜି ଗୋମାଂସ ଜବତ କରିଥିବା ଜଣାପଡିଛି । କଳାହାଣ୍ଡି ଜିଲ୍ଲାରୁ ଛତିଶଗଡ ରାଜ୍ୟକୁ ଏହି ଗୋ ମାଂସ ଚୋରା ଚାଲାଣ ହେଉଥିବା ସମୟରେ ଧର୍ମଗଡ଼ ଠାରେ ସ୍ଥାନୀୟ ଲୋକଙ୍କ ଦ୍ୱାରା ଗୋ ମାଂସ ଚୋରାଚାଲାଣ କାରୀ ଧରା ପଡିଥିଲେ । ତେବେ ଲୋକଙ୍କୁ ଚକ୍ଷ୍ମା ଦେଇ ଦୁଇଜଣ ଗୋମାଂସ ଚୋରା ଚାଳାଣ କାରି ସେଠୁ ଫେରାର ହୋଇଥିବା ଜଣାପଡିଛି । ତେବେ ସ୍ଥାନୀୟ ଲୋକେ ଗୋମାଂସ ଚୋରାଚାଲାଣ କାରିଙ୍କ ଛତିଶଗଡ ନମ୍ବର ଥିବା ଗୋଟିଏ ମୋଟରସାଇକଳ ସହ ପାଖା ପାଖି ପଚାଶ କେଜି ଗୋ ମାଂସକୁ ଜବତ କରି ଧର୍ମଗଡ ଥାନାରେ ଜିମା ଦେଇ ଏହି ଘଟଣାର ତଦନ୍ତ କରିବା ପାଇଁ ଦାବି କରିଛନ୍ତି ।