ଅଭିଯୋଗକାରୀଙ୍କ ବ୍ୟତୀତ ଅନ୍ୟମାନଙ୍କୁ ଥାନାକୁ ଯିବାକୁ ମନା

0

ଝାରବନ୍ଧ/ମନୋହର ଦାଶ: କରୋନା ମହାମାରୀ ସମଗ୍ର ବିଶ୍ୱ ରେ ବ୍ୟାପକ ପ୍ରଭାବ ବିସ୍ତାର କରିଥିବା ବେଳେ ।ବରଗଡ ଜିଲ୍ଲା ପଦ୍ମପୁର ଉପଖଣ୍ଡ ଜଗଦଲପୁର ଥାନା ଲଉଡିଦରହା ପଞ୍ଚାୟତ ଡୁଙ୍ଗରିପାଲି ଗ୍ରାମ ଏଥିରୁ ବାଦ ପଡିନାହିଁ ।ଜଗଦଲପୁର ଥାନା ପକ୍ଷ ରୁ ସତର୍କତା ମୂଳକ ପଦକ୍ଷେପ ଗ୍ରହଣ କରାଯାଇଛି ।କେବଳ ଅଭିଯୋଗକାରୀ ଙ୍କ ବ୍ୟତୀତ ଅନ୍ୟମାନଙ୍କୁ ଥାନା ଭିତରକୁ ଛଡାଯାଉନାହିଁ ।ଅନେକ ସମୟ ରେ ଅଭିଯୋଗକାରୀ ଙ୍କ ସହିତ ଚାରି ପାଞ୍ଚ ଜଣ ଥାନାକୁ ଆସି ଅଯଥାରେ ଗହଳି କରୁଥିବାରୁ ଏନେଇ ଥାନାପକ୍ଷ ରୁ ଏପରି ପଦକ୍ଷେପ ଗ୍ରହଣ କରାଯାଉଛି । ଜଣେ ଗଣ ମାଧ୍ୟମ ର ଜନୈକ ପ୍ରତିନିଧି ମାସ୍କ ନ ଲଗାଇ ଭିତରକୁ ପ୍ରବେଶ କରିବାକୁ ଉଦ୍ୟମ କରୁଥିବା ବେଳେ ଥାନା କର୍ମଚାରୀ ତାଙ୍କୁ ବାରଣ କରିଥିଲେ ।ସାମାଜିକ ଦୂରତା ରକ୍ଷା କରିବା ସମସ୍ତେ ମାସ୍କ ପିନ୍ଧିବାକୁ ଜଗଦଲପୁର ପୋଲିସ ପକ୍ଷରୁ ଚେତାବନୀ ଦିଆଯାଇଛି ।ନିୟମ ଖିଲାପ କାରୀଙ୍କ ଉପରେ ଦୃଢ଼ କାର୍ଯ୍ୟ।ନୁଷ୍ଠାନ ଗ୍ରହଣ କରୁଥିବା ଦେଖା ଯାଇଛି । ଅମାନିଆଙ୍କ ମଧ୍ୟ ରେ କୋକୁଆ ଭୟ ସୃଷ୍ଟି କରିଛି। କୋଭିଡ-୧୯ କଟକଣା କୁ କଡାକଡି ଭାବେ ପାଳନ କରିବାକୁ ଆଇ.ଆଇ ସି ଲିଲିମାଲଳିତା ବ।ର୍ଲା ଜନସାଧାରଣ ଙ୍କୁ ଅନୁରୋଧ କରିଛନ୍ତି ।

 

Leave A Reply

Your email address will not be published.