ଫରେଷ୍ଟ କାର୍ଯ୍ୟାଳୟ ଦ୍ୱାରା ୭୧ତମ ବନ ମହୋତ୍ସବ ପାଳନ 

0

ଝାରସୁଗୁଡ଼ା :(ସୁଭାଷ ସହାରେ): ଝାରସୁଗୁଡ଼ାର କୁକୁରଜଂଘାଠାରେ ଡିଭିଜନାଲ ଫରେଷ୍ଟ ଅଫିସ ଦ୍ବାରା ୭୧ତମ ବନମହୋତ୍ସବ ପାଳିତ ହୋଇଯାଇଛି। ଏହି ଅବସରରେ ବ୍ରଜରାଜନଗର ବିଧାୟକ ଶ୍ରୀ କିଶୋର ମହାନ୍ତି ମୂଖ୍ୟ ଅତିଥି ଭାବରେ ଯୋଗ ଦେଇଥିଲେ। ଚାରା ରୋପଣ କାର୍ଯ୍ୟକ୍ରମ ସମାପ୍ତ ହେବା ପରେ ଡିଏଫଓ ଶ୍ରୀ ଏଲ କେ ପାତ୍ରଙ୍କ ଅଧ୍ୟକ୍ଷତାରେ ଏକ ସଭା ଅନୁଷ୍ଠିତ ହୋଇଥିଲା। ଏସିଏଫ୍ ଶ୍ରୀ ବାର୍ଲା ସଭା ସଂଚାଳନ କରିଥିଲେ। ବାଘମୁଣ୍ଡା ପଞ୍ଚାୟତର ବନ ସୁରକ୍ଷା ସମିତିର ସଭାପତିଙ୍କୁ ତାଙ୍କର ପ୍ରଶଂସନୀୟ କାର୍ଯ୍ୟ ପାଇଁ ₹ 20000/- ଏବଂ ଏକ ମାନପତ୍ର ଦେଇ ପୁରସ୍କୃତ କରାଯାଇଥିଲା। ଶ୍ରୀ ଆର ସି ନାଥଙ୍କ ଦ୍ବାରା ଆୟୋଜିତ ଏହି ବନ ମହୋତ୍ସବ କାର୍ଯ୍ୟକ୍ରମରେ ଶ୍ରୀ ଆଶିଷ ଶୁକ୍ଲା, ଶ୍ରୀ ରବୀନ୍ଦ୍ର ଦିକ୍ଷିତ, ଶ୍ରୀ ଶଶୀ ତିୱାରୀ, ଶ୍ରୀ ସୌମ୍ୟରଂଜନ ବେହେରା, ଶ୍ରୀ ମାନସ ଦାଶ, ଶ୍ରୀ ଟେକା ରୋହିଦାସ ଓ ଶ୍ରୀ ପୱନ ସୁଲତାନିଆ ପ୍ରଭୃତି ଯୋଗ ଦେଇଥିଲେ।

 

Leave A Reply

Your email address will not be published.