ପିଆରଏମ ମେଡ଼ିକାଲ କ୍ୟାମ୍ପସ ଭିତରୁ ଧଳା ଜହର ଜବତ

0

ଯୁବକ ଗିରଫ: ନିଛାଟିଆ ଶବ ବ୍ୟବଚ୍ଛେଦ ଗୃହ ସେଫ ଜୋନ

ବାରିପଦା(ଦିଲ୍ଲୀପ ମହାନ୍ତି )- ବାରିପଦା ପଣ୍ଡିତ ରଘୁନାଥ ମୁର୍ମୁ ସରକାରୀ ମେଡ଼ିକାଲ କ୍ୟାମ୍ପସ ଭିତରୁ ଆଜି  ୩.୭୨୦ ଗ୍ରାମ ଓଜନର ମଣିଷ ମରା ଧଳା ଜହର ଜବତ କରିବା ସଂଗେସଂଗେ ଅଭିଯୁକ୍ତ ଯୁବକକୁ ପୁଲିସ ଗିରଫ କରିଛି । ମୟୂରଭଞ୍ଜ ଆରକ୍ଷୀ ଅଧିକ୍ଷକ ସ୍ମିଥ ପି ପରମାରଙ୍କ ନିଦେ୍ର୍ଧଶ କ୍ରମେ ସ୍ପେଶାଲ ସ୍କାଡର଼୍ର ଏକ ଟିମ ଏବଂ ବାରିପଦା ଟାଉନ ଥାନା ପୁଲିସ ପକ୍ଷରୁ ଆଜି ମିଳିତ ଚଢ଼ାଉ କରାଯାଇ ଅଭିଯୁକ୍ତ ଯୁବକକୁ ଗିରଫ କରାଯାଇଛି ଏବଂ ଯୁବକ ଜଣକ କଟକ ମାଲଗୋଦାମ ଥାନା ଅନ୍ତର୍ଗତ କଲେଜ ସ୍କୋୟାର ସମାଧିପାଟଣା ଅଞ୍ଚଳର ସୌମ୍ୟରଞ୍ଜନ ମିଶ୍ର(୨୯) ବୋଲି ବାରିପଦା ଟାଉନ ଥାନା ଅଧିକାରୀ ବୀରେନ୍ଦ୍ର କୁମାର ସେନାପତି ସୂଚନା ଦେଇଛନ୍ତି । ଏହାକୁ ନେଇ ଅଭିଯୁକ୍ତ ସୌମ୍ୟ ରଞ୍ଜନଙ୍କ ନାମରେ ଥାନାରେ ୨୧(ଏ) ଏନଡ଼ିପିଏସ ଆକ୍ଟରେ ଏକ ମାମଲା ରୁଜୁ କରାଯାଇଛି । ତେବେ ମେଡ଼ିକାଲ କଲେଜର ଶବ ବ୍ୟବଚ୍ଛେଦ ସେଣ୍ଟର ଏକ ନିଛାଟିଆ ସ୍ଥାନ ହୋଇଥିବାରୁ ରାତି ହେଲେ ଜନସାଧାରଣଙ୍କ ଚଳପ୍ରଚଳ ପ୍ରାୟତଃ ନ ଥାଏ । ଫଳରେ ଚୋରା ନିଶାଦ୍ରବ୍ୟ କାରବାରୀଙ୍କ ନିମନ୍ତେ ଏହା ଏକ ସେଫ ଜୋନରେ ପରିଣତ ହୋଇଯାଇଛି । 

 

Leave A Reply

Your email address will not be published.