ସଚିନ ଅଞ୍ଚଳରେ ପ୍ରବାସୀ ଓଡ଼ିଆ ସମାଜର ନୂତନ ଶାଖା କାର୍ଯ୍ୟାଳୟ ଉଦଘାଟିତ

0

ବୁଗୁଡା(ଡ଼ଃ କୁମୁଦ ଚନ୍ଦ୍ର ବେହେରା)- ସୁରତ ମହାନଗର ନିଗମରେ ପ୍ରତିଷ୍ଠିତ ପ୍ରବାସୀ ଓଡ଼ିଆ ସମାଜର ଅନ୍ୟତମ ନୂତନ ଶାଖା ସୁରତର ସଚିନ ଅଞ୍ଚଳରେ ପ୍ରବାସୀ ଓଡ଼ିଆ ସମାଜର ମୁଖ୍ୟ ସଭାପତି ପ୍ରଦୀପ କୁମାର ସାହୁଙ୍କ କର କମଳରେ ଉଦଘାଟିତ ହୋଇ ଯାଇଛି। ସୁରତରେ ଲକ୍ଷ ଲକ୍ଷ ପ୍ରବାସୀ ଓଡ଼ିଆ ରହୁଥିବା ବେଳେ ପ୍ରବାସୀ ଓଡ଼ିଆ ସମାଜର ଶାଖା ବିଭିନ୍ନ ଅଞ୍ଚଳରେ ଖୋଲିଥିବା ବେଳେ ଗତ ଜୁଲାଇ ୧୨ ତାରିଖ ଦିନ ନୂତନ ଶାଖା ସଚିନ ଅଞ୍ଚଳରେ ଆରମ୍ଭ କରାଯାଇଛି। ସଚିନ ଅଞ୍ଚଳର ଏହି ନୂତନ କାର୍ଯ୍ୟାଳୟକୁ ପ୍ରବାସୀ ଓଡ଼ିଆ ସମାଜର ମୁଖ୍ୟ ସଂଗଠନର ସଭାପତି ପ୍ରଦୀପ କୁମାର ସାହୁ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଉଦଘାଟନ କରିଥିଲେ।

ଏହି କାର୍ଯ୍ୟକର୍ମରେ ଆଡଭୋକେଟ ସ୍ୱାତୀ  ଦେବୀ ଅଧ୍ୟକ୍ଷତା କରିଥିବା ବେଳେ ଗୋପୀନାଥ ଲେଙ୍କା, ଟୁଲୁ ପଣ୍ଡା, ପ୍ରଦୀପ ସାହୁ, ମନୋରଞ୍ଜନ ବାରିକ (ମୁନା ଭାଇ), ଲକ୍ଷ୍ମଣ ନାୟକ,ଭାଗିରଥି ବେହରା, ଋଷି ପାତ୍ର, ଅଭିମନ୍ୟୁ ସାହୁ, ଶୈଳେନ୍ଦ୍ର ମହାପାତ୍ର ଯୋଗ ଦେଇଥିଲେ। କାର୍ଯ୍ୟକ୍ରମକୁ ଜଗୁ, ଅଚ୍ୟୁତ, କାଶୀନାଥ, ବିରଞ୍ଚି, କାର୍ତ୍ତିକ, ପ୍ରଦୀପ,ଜୟ ପ୍ରଭୃତି ପରିଚାଳନାରେ ସହଯୋଗ କରିଥିଲେ।

Leave A Reply

Your email address will not be published.