ଝାରସୁଗୁଡା/ ସୁବାଷ ସାହାରେ : ଝାରସୁଗୁଡ଼ା ଜିଲ୍ଲା ଦୁର୍ଲଗା ପଞ୍ଚାୟତ ମୁଣ୍ଡାଢ଼ିପା ଗ୍ରାମର ପ୍ରାଥମିକ ବିଦ୍ୟାଳୟରେ ବୃକ୍ଷ ରୋପଣ କାର୍ଯ୍ୟକ୍ରମ କରାଗଲା ଏହି କାର୍ଯ୍ୟକ୍ରମ ରେ ଗ୍ରାମର ସମସ୍ତ ଲୋକମାନେ ଓ ବିଦ୍ୟାଳୟର ପୂର୍ବତନ ଛାତ୍ର ମାନେ ଉପସ୍ଥିତ ଥିଲେ ।ଏହା ସହ ଜଣେ ୬୭ ବୟସ ଅମୂଲ୍ୟ ନାୟକ ନାମକ ବ୍ୟକ୍ତି ଝାରସୁଗୁଡ଼ାବାସୀଙ୍କୁ ସନ୍ଦେଶ ଦେଇଥିଲେ ଏବଂ ସେ ନିଜର ବହୁ ସମୟ ବୃକ୍ଷ ମାନଙ୍କ ଯତ୍ନ ନେବାରେ ବିତେଇ ଥାନ୍ତି ଏବଂ ସେ ନିଜର ପରମ ମିତ୍ର ଭାବରେ ବୃକ୍ଷକୁ ମାନିସରିଥିବା ବେଳେ ଯେଉଁ ଲୋକମାନେ ଗଛ କଟିଥାନ୍ତି ତାଙ୍କ ଠାରୁ ବଡ଼ ମୂର୍ଖ ଏହି ସଂସାର ରେ କେହି ନାହାଁନ୍ତି । ଏହି ଗଛ ଛାଈ, ଫଳ, ଫୁଲ, ଅମ୍ଳଜାନ ଓ ବହୁ କିଛି ଜିନିଷ ମଣିଷ ସମାଜକୁ ଦେଇଥାଏ ଯଦି ଜଣେ ଗୋଟିଏ ଗଛ ଲାଗେଇବ ତେବେ ତାହା ବହୁ ଲୋକଙ୍କ କାମରେ ଆସିବ । ଅମୂଲ୍ୟ ନାୟକ ମୁଣ୍ଡାଢ଼ିପାର ନିବାସୀ ଥିବାବେଳେ ସେ ବହୁ ସମୟରେ ସାପ ଉଦ୍ଧାର କାମ ମଧ୍ୟ କରିଥାନ୍ତି ।ଗା ର ମୁଖିଆଙ୍କ ଘରେ ଥିବା ମହୁଲ ଗଛ ର ଯତ୍ନ ନିଅନ୍ତି । ଆଜିର ଏହି କାର୍ଯ୍ୟକ୍ରମ ରେ ଗ୍ରାମର ବହୁ ଗଣ ମାଣ୍ୟ ବ୍ୟକ୍ତି ,ସ୍କୁଲ ପରିଚାଳକ ଓ ଛାତ୍ର ମାନେ କାର୍ଯ୍ୟକ୍ରମ ରେ ଗଛ ଲଗେଇ ସୁସ୍ଥ ପରିବେଶ ପାଇଁ ଗଛର ଉପଯୋଗୀତା ବିଷୟରେ ବାର୍ତା ଦେଇଥିଲେ ।
Sign in
Sign in
Recover your password.
A password will be e-mailed to you.