ବୁଗୁଡ଼ା(ଡଃ କୁମୁଦ ଚଂଦ୍ର ବେହେରା) – ମହାରାଷ୍ଟ୍ର ପରେ ଦେଶର ଦ୍ୱିତୀୟ ରାଜ୍ୟ ଭାବେ ଓଡିଶାର ଗଞ୍ଜାମ ଜିଲ୍ଲାରେ ବଣ୍ଟନ କରାଯିବ ହୋମିଓପ୍ୟାଥିକ ଆର୍ସେନିକମ ଏଏଲବି ୩୦ । ରାଜ୍ୟର କୋରୋନାରେ ଅଧିକ ସଂକ୍ରମିତ ଗଞ୍ଜାମରେ ଏହାକୁ ବାଣ୍ଟିବାକୁ ନିଷ୍ପତ୍ତି ନିଆଯାଇଛି । ମହାରାଷ୍ଟ୍ର ପରେ ଗଞ୍ଜାମରେ ବଣ୍ଟାଯିବ ହୋମିଓପ୍ୟାଥିକ ଅର୍ସେନିକୂମ୍ ଏଏଲବି ୩୦ ହୋମିଓପ୍ୟାଥିକ ମେଡିସିନ ବଣ୍ଟାଯିବା ନେଇ ଜିଲ୍ଲା ଚିକିତ୍ସାଧିକାରୀଙ୍କ ପକ୍ଷରୁ ସୂଚନା ଦିଆଯାଇଛି । ଏହାର ପ୍ରସ୍ତୁତି କରିବା ପାଇଁ ବ୍ରହ୍ମପୁରରେ ରହିଥିବା ବିଜୁ ପଟ୍ଟନାୟକ ହୋମିଓପ୍ୟାଥିକ ମେଡିକାଲ କଲେଜ ହସପିଟାଲକୁ ପତ୍ର ଲେଖାଯାଇଛି । ପ୍ରଥମ ପର୍ଯ୍ୟାୟରେ ୧୦ ହଜାର ବୋତଲ ପ୍ରସ୍ତୁତ କରିବାକୁ କୁହାଯାଇଛି । ଏନେଇ ପ୍ରସ୍ତୁତି ମଧ୍ୟ ଆରମ୍ଭ ହୋଇଥିବା ଜଣାପଡିଛି । ଏହି ମେଡିସନକୁ କୋଭିଡ୍ ୧୯ରେ ଆକ୍ରାନ୍ତ ପଜିଟିଭ, କୋରୋନା ସନ୍ଦିଗ୍ଧ ଏବଂ କୋରୋନା ଯୁଦ୍ଧରେ କାର୍ଯ୍ୟ କରୁଥିବା ଆଗ ଧାଡିର କର୍ମଚାରୀ ଓ ଅଧିକାରୀଙ୍କୁ ପ୍ରଦାନ କରାଯିବ । ଏହାକୁ ପ୍ଲାଷ୍ଟିକ୍ ବୋତଲରେ ପ୍ରଦାନ କରିବାକୁ କୁହାଯାଇଥିବାବେଳେ ଜନସାଧାରଣଙ୍କ ମଧ୍ୟରେ ରୋଗ ପ୍ରତିରୋଧକ ଶକ୍ତି ବୃଦ୍ଧି କରିବା ପାଇଁ ଏହାକୁ ବଣ୍ଟନ କରାଯିବ । ବର୍ତ୍ତମାନ ଗଞ୍ଜାମରେ କୋଭିଡ ୧୯ ସ୍ଥିତି ସମୟରେ ଯେଉଁ ଅଞ୍ଚଳରେ ଅତ୍ୟାବଶ୍ୟକ ରହିଛି ସେହି ଅଞ୍ଚଳରେ ଏହି ମେଡିସିନ ବଣ୍ଟନ କରାଯିବ ।ଏପରିକି ଏହାର ଆବଶ୍ୟକ ରହିଥିବା ଅତିରିକ୍ତ ୪୦ ହଜାର ଶିଶି ବୋତଲ ପ୍ରସ୍ତୁତ କରିବାକୁ ପତ୍ର ମାଧ୍ୟମରେ ଅବଗତ କରାଯାଇଛି । ସୂଚନାନୁଯାୟୀ ରାଜ୍ୟ ସରକାରଙ୍କ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରଣାଳୟ ଏବଂ ରାଜ୍ୟ ଆୟୁଷ ନିର୍ଦ୍ଦେଶକ ଏହାକୁ ସ୍ୱୀକୃତି ଦେଇଛନ୍ତି ।
Sign in
Sign in
Recover your password.
A password will be e-mailed to you.