ସାପ କାମୁଡାରେ ନାବାଳକ ମୃତ

0

ରେଢାଖୋଲ ଉପଖଣ୍ଡ ପ୍ରତିନିଧି ଯଶୋବନ୍ତ ନାରାୟଣ ସାହୁ : ସମ୍ବଲପୁର ଜିଲ୍ଲା ରେଢାଖୋଲ ବ୍ଲକ ଗରଗଡବାହାଳ  ଗ୍ରାମ ପଞ୍ଚାୟତର କୁଲୁହାବହାଳି  ଗ୍ରାମର ଜଣେ ୧୪ ବର୍ଷର ନାବାଳକଙ୍କ ମୃତ୍ୟୁ ହୋଇଥିବା ଜଣାପଡିଛି । ମିଳିଥିବା ସୂଚନା ଅନୁଯାୟୀ ଗତକାଲି ରାତିରେ ପରିବାର ସହ ମିଶି ଖାଇ ପିଈ ସମସ୍ତେ ଶୋଇଥିବା ବେଳେ ବିଳମ୍ବିତ ରାତି ୧ଟା ସମୟ ରେ ଗୋଟିଏ ବିଷଧର ସାପ ରିତେଶ୍ ମିର୍ଦ୍ଧା (୧୪ ବର୍ଷ )ଙ୍କୁ କାମୁଡି ଦେଇଥିଲା । ସାପ କାମୁଡି ଥିବା ଜାଣିପାରି ପରିବାର ଲୋକେ ପ୍ରଥମେ ଚାରମାଳ ଡାକ୍ତରଖାନା କୁ ନେଇଥିଲେ ପରେ ରେଢାଖୋଲ ଉପଖଣ୍ଡ ଡାକ୍ତରଖାନା କୁ ଆଣିଥିଲେ । ରିତେଶଙ୍କୁ ଡାକ୍ତରଖାନା କୁ  ଆଣିବାପରେ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ ।

Leave A Reply

Your email address will not be published.