ରେଢ଼ାଖୋଲ ଉପଖଣ୍ଡ ପ୍ରତିନିଧି ଯଶୋବନ୍ତ ନାରାୟଣ ସାହୁ : ଚିକିତ୍ସା ଅବହେଳାରୁ ଜନ୍ମ ହୋଇଥିବା ୪ ଦିନର ଶିଶୁପୁତ୍ରର ମୃତ୍ୟୁ ଘଟିଥିବା ଅଭିଯୋଗ ହୋଇଛି। ସୂଚନାଯୋଗ୍ୟ, ସମ୍ବଲପୁର ଜିଲ୍ଲା ରେଢ଼ାଖୋଲ ବ୍ଲକ ଭରତାପୁର ପଞ୍ଚାୟତର ଭତରା ଗାଁର ମିଠେଇ ପ୍ରଧାନ ଓ ରସାନନ୍ଦ ପ୍ରଧାନଙ୍କ ଗତ ୭ ତାରିଖ ଦିନ ବୁର୍ଲା ମେଡିକାଲରେ ଏକ ପୁତ୍ର ସନ୍ତାନ ଜନ୍ମ ହୋଇଥିଲା। ଏହାପରେ ସେମାନେ ଶିଶୁ ପୁତ୍ରକୁ ଧରି ଘରକୁ ଆସିଥିଲେ। ଗତକାଲି ଅପରାହ୍ନ ପ୍ରାୟ ୧ଟାରେ ଶିଶୁର ଦେହ ଖରାପ ହେବାରୁ ତାକୁ ରେଢ଼ାଖୋଲ ଉପଖଣ୍ଡ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ଶିଶୁକୁ ଡାକ୍ତରଖାନାରେ ଆଡମିଶନ୍ କରାଯାଇଥିଲେ ମଧ୍ୟ କେହି ବି ଡାକ୍ତର ଚିକିତ୍ସା କରି ନଥିଲେ। ଏମିତିକି ଶିଶୁର ଅବସ୍ଥା ଗୁରୁତର ହେବାରୁ ପରିବାର ଲୋକେ ଡାକ୍ତରଙ୍କ କ୍ୱାର୍ଟର୍ସକୁ ଯାଇ ମଧ୍ୟ ଡାକିଥିଲେ, କିନ୍ତୁ କେହି ଶୁଣି ନଥିଲେ। ଖାଇବା, ଶୋଇବା ସମୟରେ କାହିଁକି ଆସୁଛ କହି ଶିଶୁ ଡାକ୍ତର କବାଟ ବନ୍ଦ କରି ଦେଇଥିଲେ ବୋଲି ମୃତ ଶିଶୁଟିର ପରିବାର ଲୋକେ ଅଭିଯୋଗ କରିଛନ୍ତି। ସନ୍ଧ୍ୟା ସାଢ଼େ ୬ଟାରେ ଡାକ୍ତର ଆସି ଶିଶୁକୁ ଦେଖିଲା ବେଳକୁ ତାର ମୃତ୍ୟୁ ଘଟି ସାରିଥିଲା। ତେଣୁ ଡାକ୍ତରଙ୍କ ଅବହେଳାରୁ ଶିଶୁଟିର ମୃତ୍ୟୁ ହୋଇଥିବା ତା’ ବାପାମାଆ ଅଭିଯୋଗ କରିଛନ୍ତି। ଏନେଇ ସେମାନେ ଥାନାରେ ଅଭିଯୋଗ କରିଛନ୍ତି।
Sign in
Sign in
Recover your password.
A password will be e-mailed to you.
Prev Post
Next Post