ନୂଆ ୨୫ ଆକ୍ରାନ୍ତଙ୍କ ସହ କରୋନା ପଜିଟିଭ୍ ସଂଖ୍ୟା ପହଁଚିଲା  ୫୯୧ ରେ:  ଜିଲ୍ଲାପାଳ ଅନୁପମ ସାହା

0

ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ଗଜପତି ଜିଲ୍ଲାରେ ଆଜି ପୁଣି ନୂଆ ୨୫ ଟି କରୋନା ପଜିଟିଭ୍ ଚିହ୍ନଟ ହୋଇଥିବା ସୂଚନା ଦେଲେ ଗଜପତି ଜିଲ୍ଲାପାଳ ଅନୁପମ ସାହା । 

ଗୁମ୍ମା ବ୍ଳକରୁ ୬ ଜଣ , ଆର୍ . ଉଦୟଗିରି ବ୍ଳକରୁ ୬ ଜଣ ଓ ପାରଳାଖେମୁଣ୍ଡି ରୁ୧୩  ଜଣ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି।ସେମାନଙ୍କର ସ୍ୱାବ ସଂଗ୍ରହ କରାଯାଇ ଥିଲା ସେମାନଙ୍କ ରିପୋର୍ଟ ପଜିଟିଭ୍ ଆସିଥିବାରୁ ସମସ୍ତ  ବ୍ୟକ୍ତିଙ୍କୁ କୋଭିଡ୍ ହସ୍ପିଟାଲ ଓ କୋଭିଡ୍ କେୟାର ସେଣ୍ଟରକୁ  ପଠାଇ ଦିଆଯାଇଛି । ସେଠାରେ ସେମାନଙ୍କର ଚିକିତ୍ସା ଚାଲିଛି। ଆଜିର ୨୫ ଜଣ ମିଶାଇ ଜିଲ୍ଲାରେ ବର୍ତ୍ତମାନ ମୋଟ କରୋନା ପଜିଟିଭ୍ ସଂଖ୍ୟା ୫୯୧ ରେ ପହଞ୍ଚିଛି। 

Leave A Reply

Your email address will not be published.