ଭୟର ବାତାବରଣ : ଝାରସୁଗୁଡ଼ାରେ ପୁଣି ୩୧  କରୋନା

0

ଝାରସୁଗୁଡା /ସୁବାଷ ସାହାରେ- ଝାରସୁଗୁଡା  ଜିଲ୍ଲାରେ ସମୁଦାୟ ୩୧ ଜଣଙ୍କର ରିପୋର୍ଟ ପୋଜିଟିଭ ଆସିଛି । ସମସ୍ତେ କରେଣ୍ଟଣ୍ଟାଇନ ରେ ଥିଲେ ବୋଲି ସିଡ଼ିଏମଓ ଜଗଦୀଶ ଚନ୍ଦ୍ର ବାରିକ କହିଛନ୍ତି । ବ୍ରଜରାଜନଗର ଅଞ୍ଚଳର ରତାଖଣ୍ଡିରୁ ୪, ମହାବୀରନଗରରୁ ୪, ଲମଟିବାହାଲରୁ ୧, ନୂଆଁପଡ଼ା ଲମଟିବାହାଲ ୧, ଗାୟତ୍ରୀ ନଗର ୧, ହିଲଟପ ୧, ବାହାଦୂର ପଡ଼ା ୧, ଦୁର୍ଗାନଗର ୧, ପୁରୁଣା ଚୁନାଭଟା ୧, ମଣ୍ଡଳିଆ ୨, ଶାସ୍ତ୍ରୀନଗର ତେଲେନପାଳି ୧, ଅଭୟପୁର ୧, ଆଇବିପିଆଇଟି ୨, ଚୁହାକାନି ୧ ରହିଥିବା ବେଳେ ଲଇକେରା ବ୍ଲକ ପାକେଲପଡ଼ାରୁ ୧, କିର୍ମିରା ବ୍ଲକ ଅନ୍ତର୍ଗତ ଗଉଡ଼ ପାନପାଳି ରୁ ୨, କୋଲାବିରା ବଡବାହାଲ ରୁ ୧, ଯୋଗିଆଡ଼ିହି ରୁ ୧ ରହିଛି । ଝାରସୁଗୁଡ଼ା ପୁରୁଣାବସ୍ତିରୁ ୧, ତାଳପାଟିଆ ୧, ଜମେରା ୧, ମିଶନ ଆଶ୍ରାରୁ ୧ ପୋଜିଟିଭ ରିପୋର୍ଟ ଆସିଥିବା ସୂଚନା ମିଳିଛି । ଲଇକେରା ବ୍ଲକ ଅନ୍ତର୍ଗତ ପାକେଲପଡ଼ା ଟିଏମସି କେନ୍ଦ୍ରରୁ ପ୍ରଥମ କରୋନା ରୋଗୀ ଚିହ୍ନଟ ହୋଇଛି । ପୋଜିଟିଭ ଆସିଥିବା ବ୍ୟକ୍ତି ଜଣକ କର୍ଣ୍ଣାଟକ ବେଙ୍ଗାଲୋର ରୁ ଗତ ୩୦/୦୬/୨୦୨୦ ରେ ଫେରିଥିଲେ । ତାଙ୍କ ସ୍ୱାବ ଟେଷ୍ଟ ୦୬/୦୭/୨୦୨୦ ରେ ସଂଗ୍ରହ କରାଯାଇଥିବା ବେଳେ ଆଜି ରିପୋର୍ଟ ପୋଜିଟିଭ ଆସିଛି । ସମସ୍ତେ କରେଣ୍ଟାଇନ ସେଣ୍ଟରରେ ଥିଲେ । ପ୍ରଶାସନ ପକ୍ଷରୁ ଅଧିକ ତଦନ୍ତ ଜାରି ରହିଛି । ନିୟମକୁ ପାଳନ କରି  ଅଧିକ ସତର୍କ ରହିବା ସହିତ ସାମଜିକ ଦୂରତା, ମାକ୍ସ ଲଗାଇବା ସହ ଘରେ ରହି ସୁରକ୍ଷିତ ରହିବାର ଆବଶ୍ୟକତା ରହିଛି ।

Leave A Reply

Your email address will not be published.