ଆରକେଙ୍କୁ ପତ୍ର ଲେଖିଲେ କ୍ୟାପଟେନ 

0

କୋଭିଡ ମାଡ଼ରେ କ୍ଷତି ସହିଥିବା  ଶକ୍ତିକ୍ଷେତ୍ରକୁ ସ୍ୱାଭାବିକ କରିବାକୁ ଲୋଡିଲେ ସହଯୋଗ 

ଭୁବନେଶ୍ୱର(ଶାସକ ପ୍ରଶାସକ): କୋଭିଡ୍-୧୯ରେ କ୍ଷତିର ସାମ୍ନା କରୁଥିବା  ଶକ୍ତି କ୍ଷେତ୍ରକୁ ସୁଧାରିବା ପାଇଁ କେତେକ ପ୍ରସ୍ତାବ ସହ ଶକ୍ତିମନ୍ତ୍ରୀ କ୍ୟାପ୍ଟେନ୍ ଦିବ୍ୟଶଙ୍କର ମିଶ୍ର କେନ୍ଦ୍ର ଶକ୍ତିମନ୍ତ୍ରୀ ଶ୍ରୀ ଆର୍.କେ. ସିଂହଙ୍କୁ ଚିଠି ଲେଖିଛନ୍ତିା

ଏଥିରେ ବିଦ୍ୟୁତ କ୍ଷେତ୍ର ପାଇଁ ଅଣାଯାଇଥିବା  ଋଣର ସୁଧହାରକୁ ୯.୫%ରୁ କମାଇ ୬% କରିବା ସହିତ ଏହି ଋଣ ପରିଶୋଧର ଅବଧିକୁ ୧୫ ବ ର୍ଷକୁ ବୃଦ୍ଧି କରିବାକୁ ସେ ଚିଠିରେ ଉଲ୍ଲେଖ  କରଛନ୍ତିା ଶକ୍ତିବିତରଣ କ୍ଷେତ୍ରରେ ରାଜ୍ୟରେ କ୍ରମାଗତ ଭାବେ ଫନୀ, ବୁଲବୁଲ ଓ ଅମ୍ଫାନ୍ ଭଳି ପ୍ରାକୃତିକ ବିପର୍ଯ୍ୟୟରେ କ୍ଷତିଗ୍ରସ୍ତ ହୋଇଆସିଛିା ସେସବୁ ସତ୍ତେ୍ୱ ଏ କ୍ଷେତ୍ରରେ ସଂସ୍କାର ଆଣି ଗୁଣାତ୍ମକ ଓ ସ୍ଥିର ବିଦ୍ୟୁତ ସେବା ଯୋଗାଇଦେବାରେ ଅଗ୍ରଣୀ ରାଜ୍ୟ ଭାବେ ଓଡ଼ିଶା କାର୍ଯ୍ୟ କରିଆସୁଛିା ତେବେ ଚଳିତ କୋଭିଡ୍-୧୯ରେ କଳକାରଖାନା, ଶିଳ୍ପ ପ୍ରତିଷ୍ଠାନଗୁଡ଼ିକ ଲକ୍ ଡାଉନ୍ ହେବା ଯୋଗୁଁ ଶକ୍ତି ଚାହିଦା ହ୍ରାସ ପାଇଥିବା  ଏବଂ ଆଶାନୁରୂପକ ବିଦୁ୍ୟତ ଦେୟ ଆଦାୟ ହୋଇ ପାରୁନଥିବା  ଯୋଗୁଁ ଏକ ସଙ୍କଟମୟ ପରିସ୍ଥିତି ମଧ୍ୟରେ ଗତି କରୁଥିବା  ସେ ଚିଠିରେ ଦର୍ଶାଇଛନ୍ତିା ନିକଟରେ ରାଜ୍ୟ ସରକାର ଗୋଟିଏ

ବିଦୁ୍ୟତ ବିତରଣକାରୀ ସଂସ୍ଥାର ୫୧ ପ୍ରତିଶତ ଅଂଶଧନ ଘରୋଇ ସଂସ୍ଥାକୁ ହସ୍ତାନ୍ତର କରି ପରିଚାଳନା ଭାରକୁ ସହଜ କରିବାର ଉଦ୍ୟମ କରିଛନ୍ତି ଏବଂ ଅନ୍ୟ ବିତରଣକାରୀ ସଂସ୍ଥାଗୁଡ଼ିକୁ ମଧ୍ୟ ଘରୋଇ ସଂସ୍ଥାକୁ ହସ୍ତାନ୍ତର ଉପରେ ଅନୁଧ୍ୟାନ କରାଯାଉଛିା ଆମେ କେନ୍ଦ୍ର ସରକାରଙ୍କ ପରାମର୍ଶ ମୁତାବକ ସଂସ୍କାରଯୁକ୍ତ ବିତରଣ ବ୍ୟବସ୍ଥା ଉପରେ ଜୋର ଦେଇଆସିଛୁ ଏବଂ ଚାଲୁଥିବା  ଦିନଦୟାଲ୍ ଉପାଧ୍ୟାୟ ଗ୍ରାମୀଣ କୌଶଳ ଯୋଜନା (ଡିଡିୟୁଜିଜେଓ୍ୱାଇ), ଆଇପିଡିଏସ୍-୧୧ ଏବଂ ସୌଭାଗ୍ୟ ଭଳି କାର୍ଯ୍ୟକ୍ରମ ରୂପାୟନ କ୍ଷେତ୍ରରେ ପ୍ରାକୃତିକ ବିପର୍ଯ୍ୟୟଗୁଡ଼ିକ ଅନ୍ତରାୟ ସୃଷ୍ଟି କରୁଥିବା  ଦୃଷ୍ଟିରୁ ଏହା ବିଳମ୍ବ ହୋଇଥିବା  ସେ କହିଛନ୍ତିା

ସରକାର ଶିଳ୍ପ ଓ ବାଣିଜ୍ୟ କ୍ଷେତ୍ରକୁ ସ୍ୱାଭାବିକ କରିବା ପାଇଁ ଯେତେସବୁ ପଦକ୍ଷେପ ନେଲେ ବି କୋଭିଡ୍ ଯୋଗୁଁ ମାନ୍ଦାବସ୍ଥା ବର୍ଷବ୍ୟାପୀ ଜାରି ରହିବା ଏଥିରେ ବିଦ୍ୟୁତ  ଚାହିଦା ବହୁତ ମାତ୍ରାରେ ହ୍ରାସ ପାଇ ବିତରଣ ସଂସ୍ଥାଗୁଡ଼ିକର ଆର୍ଥିକ  ଅବସ୍ଥାକୁ ପ୍ରଭାବିତ କରିବା ତେଣୁ ବିତରଣ ସଂସ୍ଥାଗୁଡ଼ିକୁ ଜାତୀୟ ତାପଜ ବିଦ୍ୟୁତ ନିଗମ, ଜାତୀୟ ଜଳବିଦୁ୍ୟତ ନିଗମ ଓ ଭାରତୀୟ ଶକ୍ତି ଉତ୍ପାଦନ ନିଗମ ଦ୍ୱାରା ରିହାତିପ୍ରଦାନ ଓ ସୁଧ ହ୍ରାସ ସ୍ୱାଗତଯୋଗ୍ୟ ପଦକ୍ଷେପ ବୋଲି ସେ ପତ୍ରରେ ଉଲ୍ଲେଖ କରିଛନ୍ତିା

ଏଠାରେ ସୂଚନାଯୋଗ୍ୟ ଯେ, ଗତ ଜୁଲାଇ ୩ ତାରିଖ ଦିନ ଆୟୋଜିତ ଦେଶର ସମସ୍ତ ଶକ୍ତିମନ୍ତ୍ରୀଙ୍କ ଭିଡ଼ିଓ କନ୍ଫରେନ୍ସିଂରେ କ୍ୟାପ୍ଟେନ୍ ମିଶ୍ର ଉକ୍ତ ବିଷୟଗୁଡ଼ିକ ପ୍ରତି କେନ୍ଦ୍ରମନ୍ତ୍ରୀଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ | 

 

 

Leave A Reply

Your email address will not be published.