ଅନ୍ଧାରର ଫାଇଦାରେ ବଢୁଛି ଅସାମାଜିକ କାର୍ଯ୍ୟକଳାପ

0

ଗାଁ ସାରା ଷ୍ଟ୍ରିଟ ଲାଇଟ ଏବଂ ସିସିଟିଭି ଲଗେଇବା ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ଚିଠି

ପାଇକମାଲ (ଶାସକ ପ୍ରଶାସକ): ଗାଁରେ ବଢୁଥିବା ଅସାମାଜିକ କାର୍ଯ୍ୟକଳାପକୁ ପ୍ରତିହତ କରିବା ନିମନ୍ତେ ବରଗଡ଼ ଜିଲ୍ଲା ପାଇକମାଲ ବ୍ଲକ ଟେମରୀ ଗ୍ରାମର ବଜାର ଛକରୁ ହରିଜନ ପଡ଼ା ପର୍ଯ୍ୟନ୍ତ ସବୁଯାଗାରେ ଷ୍ଟ୍ରିଟ ଲାଇଟ ଲଗେଇବା ଏବଂ ସିସିଟିଭି କ୍ୟାମେରା ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ଅନୁରୋଧ କରିଛନ୍ତି ସ୍ଥାନୀୟ ସମାଜିକ କର୍ମୀ ଦୀପା ବାରିକ | ଏନେଇ ଏକ ଦରଖାସ୍ତ ଲେଖି ଜୁନ ମାସ ୧୫ ତାରିଖରେ ଟ୍ୱିଟର ମଧ୍ୟମରେ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟରେ ଅଭିଯୋଗ ଦାଖଲ କରିଥିଲେ | ଏହାଛଡ଼ା ବରଗଡ଼ ଜିଲ୍ଲାପାଳଙ୍କୁ ବ୍ୟକ୍ତିଗତ ଭାବେ ଯୋଗାଯୋଗ କରି ମେସେଜ କରିଥିଲେ ସୁଦ୍ଧା ଆଜିକୁ 25 ଦିନ ବିତିଯାଇଛି | କିନ୍ତୁ ଜିଲ୍ଲାପ୍ରଶାସନ ତରଫରୁ କୌଣସି ସୁବିଧା କରାଯାଇନାହିଁ | ଏଠାରେ ସୂଚନାଯୋଗ୍ୟ ଯେ ଟେମରି ଗ୍ରାମର ଆଖପାଖରେ କିଛି ମାସ ମଧ୍ୟରେ ଅନେକ ହତ୍ୟା ,ଚୋରୀ ଡକାୟତି ଭଳି ଅସାମାଜିକ କାର୍ଯ୍ୟ ବୃଦ୍ଧି ପାଇଛି | ପାଖରେ ଜଙ୍ଗଲ ଥିବାରୁ ଗାଁକୁ ଭାଲୁ ଭଳି ବନ୍ୟଜନ୍ତୁ ତଥା ବିଷଧର ସର୍ପ ମାନେ ଚାଲିଆସନ୍ତି | ଗାଁଟି ଅନ୍ଧକାର ରହୁଥିବାରୁ ଅସାମାଜିକ ଲୋକଙ୍କ ଦୌରାତ୍ମ୍ୟ ଦିନକୁ ଦିନ ବଢ଼ିଚାଲିଛି |  ଗାଁ ରେ ସାପ୍ତାହିକ ବଜାର ହେଉଥିବାରୁ ପଞ୍ଚାୟତରେ ପାଣ୍ଠି ଥିବା ମଧ୍ୟ ଲୋକେ କହୁଛନ୍ତି ,ଯେହେତୁ ଲୋକଙ୍କ ଜୀବନ ଉପରେ ସିଧାସଳଖ ପ୍ରଭାବ ପକାଉଛି ଗାଁର ଏମୁଣ୍ଡରୁ ସେମୁଣ୍ଡ ପର୍ଯ୍ୟନ୍ତ ଷ୍ଟ୍ରୀଟ ଲାଇଟ ଲଗେଇବା ଅପରିହାର୍ଯ୍ୟ ଅଟେ |  ଏନେଇ ଗ୍ରାମବାସୀ ଅନେକ ଦିନରୁ ଦାବି କରୁଥିଲେ ମଧ୍ୟ ଗ୍ରାମର ପଂଚାୟତ କାର୍ଯ୍ୟନିର୍ବାହୀ ଅଧିକାରୀ ନ ଶୁଣିଲା ଭଳିଆ ରହୁଛନ୍ତି | ଫଳରେ ଜନ ଅସନ୍ତୋଷ ବୃଦ୍ଧି ପାଇବାରେ ଲାଗିଛି | ଅଗାମୀ ଦିନରେ ଯଦି ଏହି ସମସ୍ୟାର ସମାଧାନ କରା ନଯାଏ ତେବେ ଲୋକେ ରାଜରାସ୍ତାକୁ ଓଲହେଇବେ ବୋଲି ଚେତାବନୀ ଦେଇଛନ୍ତି | 

 

Leave A Reply

Your email address will not be published.