ବନ ସୁରକ୍ଷା ସମିତି ଓ କ୍ଷୁଦ୍ର ଜଳ ବିଭାଜିକା ପ୍ରକଳ୍ପର ମିଳିତ ଉଦ୍ୟମରେ ବନ ମହୋତ୍ସବ ପାଳିତ !

0

 ଦୁଇଗୋଟି କ୍ଷୁଦ୍ର ଜଳବିଭାଜିକା ପ୍ରକଳ୍ପର ଆନୁଷ୍ଠାନିକ ଶୁଭାରମ୍ଭ 

ଝାରସୁଗୁଡା : (ସୁବାଷ ସାହାରେ)- ଝାରସୁଗୁଡ଼ା ଜିଲ୍ଲା ଲଇକେରା ବ୍ଲକ ଭାତଲଇଡ଼ା ଗ୍ରାମ ପଞ୍ଚାୟତ ଅନ୍ତର୍ଗତ ଭାଲୁଯୋର କ୍ଷୁଦ୍ର ଜଳବିଭାଜିକା ପ୍ରକଳ୍ପ ଦ୍ୱାରା ଚାଲୁ ରହିଥିବା କାର୍ଯ୍ୟଗୁଡିକୁ ନାବାର୍ଡ, ସେୱା ଅନୁଷ୍ଠାନ ଏବଂ ଓଡିଶା ବନାଞ୍ଚଳ ଉନ୍ନୟନ ପ୍ରକଳ୍ପର ଅଧିକାରୀଙ୍କ ଦ୍ୱାରା କ୍ଷେତ୍ର ପରିଦର୍ଶନ କରାଯାଇଥିଲା । ତତସହିତ ଓଡିଶା ସରକାରଙ୍କ କୋଭିଡ-୧୯ ନିୟମର ଅନୁସାରେ ସାମାଜିକ ଦୂରତା ରକ୍ଷା କରାଯାଇ ଭାଲୁଯୋର କ୍ଷୁଦ୍ର ଜଳବିଭାଜିକା ପ୍ରକଳ୍ପର ପରିଚାଳନା କମିଟି ଏବଂ ମୁରାଦିପାଲି ବନ ସୁରକ୍ଷା ସମିତି ମିଳିତ ସହଯୋଗରେ ୭୧ ତମ ବନ ମହୋତ୍ସବ ପାଳନ କରାଯିବା ସହ ନାବାର୍ଡର ଆର୍ଥିକ ସହାୟତାରେ କାର୍ଯ୍ୟକାରୀ ହେଉଥିବା ଭାଲୁଯୋର ଓ ତେଲେନ କ୍ଷୁଦ୍ର ଜଳବିଭାଜିକା ପ୍ରକଳ୍ପ କାର୍ଯ୍ୟକ୍ରମର ଆନୁଷ୍ଠାନିକ ଶୁଭାରମ୍ଭ କରାଯାଇଛି । ଉକ୍ତ କାର୍ଯ୍ୟକ୍ରମରେ ନାବାର୍ଡର ଜିଲ୍ଲା ଉନ୍ନୟନ ପରିଚାଳକ ଶ୍ରୀଯୁକ୍ତ ଶକ୍ତି ପ୍ରସନ୍ନ ମହାପାତ୍ର ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିବା ବେଳେ ସମ୍ମାନିତ ଅତିଥି ଭାବରେ ଝାରସୁଗୁଡା ବନଖଣ୍ଡ ଉପ ଅଧିକାରୀ ସୁଶ୍ରୀ ସସ୍ମିତା ସାହୁ, କୋଲାବିରା ବନାଞ୍ଚଳ ଅଧିକାରୀ ଶ୍ରୀମତୀ ସଂସ୍କ୍ରୁତା ବଡନାୟକ ଓ ସ୍ଥାନୀୟ ସ୍ୱେଚ୍ଛାସେବୀ ଅନୁଷ୍ଠାନ ସେୱାର ସମ୍ପାଦକ ଶ୍ରୀଯୁକ୍ତ ସୁଶୀଲ କୁମାର ଦାଶ ଅତିଥି ଭାବେ ଯୋଗ ଦେଇଥିଲେ । ଏହି କାର୍ଯ୍ୟକ୍ରମକୁ ସେୱା ଅନୁଷ୍ଠାନର ଯନ୍ତ୍ରୀ ଶ୍ରୀ ଗୌରହରି ଟଣ୍ଡକାର ସ୍ୱାଗତ ଭାଷଣ ଦେଇଥିବା ବେଳେ ସେୱା ଅନୁଷ୍ଠାନର ଜୀବିକା ପ୍ରବୀଣ ଶ୍ରୀମତୀ ମହେନ୍ଦ୍ରୀ ମୁଣ୍ଡା କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ । କୋଲାବିରା ବନାଞ୍ଚଳ କ୍ଷେତ୍ର ପରିଚାଳନା କମିଟିର ଟିମ ଲିଡର ଶ୍ରୀଯୁକ୍ତ ଦୁର୍ଯ୍ୟୋଧନ ପ୍ରଧାନ ଧନ୍ୟବାଦ ଅର୍ପଣ କରିଥିଲେ । ପରେ ଉପସ୍ଥିତ ଅତିଥି ମାନଙ୍କ ଦ୍ୱାରା ବୃକ୍ଷରୋପଣ କରାଯାଇଥିଲା I ଉକ୍ତ କାର୍ଯ୍ୟକ୍ରମକୁ ସୁପରିଚଳନା କରିବା ପାଇଁ ଓଡିଶା ବନାଞ୍ଚଳ ଉନ୍ନୟନ ପ୍ରକଳ୍ପ, ସେୱା ଅନୁଷ୍ଠାନ, ଭାଲୁଯୋର କ୍ଷୁଦ୍ର ଜଳବିଭାଜିକା ପ୍ରକଳ୍ପ ଓ ମୁରାଦିପାଲି ବନ ସୁରକ୍ଷା ସମିତି ର ସମସ୍ତ କର୍ମକର୍ତା ସମ୍ପୂର୍ଣ୍ଣ ସହଯୋଗ କରିଥିଲେ |

Leave A Reply

Your email address will not be published.