ଓଡ଼ଗାଁ ଆଦର୍ଶ ଥାନାରେ ଜନଗହଳି, ସାମାଜିକ ଦୁରତା ପ୍ରତି ଦୃଷ୍ଟି ନାହିଁ

0

ଓଡ଼ଗାଁ, (ଶ୍ରୀକାନ୍ତ କୁମାର ମିଶ୍ର) : ସାରାବିଶ୍ୱରେ କରୋନା ତାର କାୟା ବିସ୍ତାରି ଚାଲିଥିବା ବେଳେ କେବଳ ସାମାଜିକ ଦୁରତା ରକ୍ଷା ପରି କିଛି ସତର୍କତା ଏଥିରୁ ସୁରକ୍ଷା ଦେଇପାରବ ବୋଲି ବର୍ତମାନ ପର୍ଯ୍ୟନ୍ତ ଜଣାପଡିଛି । ହେଲେ ସାଧାରଣ ତଥା ଅମାନିଆ ଜନତାଙ୍କୁ ସତର୍କ କରାଇବା ଦାୟିତ୍ୱ ହେଉଛି ପ୍ରଶାସନର । ପ୍ରଶାସନିକ କ୍ଷେତ୍ରରେ ଏହାର ବ୍ୟତିକ୍ରମ ଦେଖାଦେଲେ ପ୍ରତିଫଳନ ସାଧାରଣରେ ହେବା ସ୍ୱାଭାବିକ । ଅନ୍ୟପକ୍ଷରେ ଲୋକମାନେ ବି ସଚେତନ ହେବ ଦରକାର | 

 ଓଡ଼ଗାଁ ଏନଏସି ତଥା ଗ୍ରାମାଂଚଳମାନଙ୍କରେ ସଂକ୍ରମିତଙ୍କ ସଂଖ୍ୟା ଦିନକୁ ଦିନ ବୃଦ୍ଧି ପାଇ ଶତକ ଚୁଇଁବାକୁ ବସିଥିବା ବେଳେ ଖୋଦ ଓଡ଼ଗାଁ ଆଦର୍ଶ ଥାନା ସମୁଖରେ ଏପରି ଜନଗହଳି ଦେଖିଲେ ଥାନା ଭିତରର କଥା ବାରିହୋଇ ପଡିବ ନିଶ୍ଚୟ । ଏହା ହେଉଛି ଗତ ରବିବାରର ଘଟଣା । ସଂକ୍ରମିତଙ୍କ ସଂଖ୍ୟା ବୃଦ୍ଧିକୁ ପ୍ରତିହତ କରିବା ପାଇଁ ନୟାଗଡ଼ ଜିଲ୍ଲାପାଳ ଡ. ପୋମା ଟୁଡୁ ଗତ ୧ ତାରିଖ ସୋମବାର ଠାରୁ ଓଡ଼ଗାଁ ଏନଏସି ସହିତ କୁରାଳ, ସୁନାମୁହିଁ, ଗିରିଡ଼ିପଲ୍ଲୀ, ପାଣ୍ଡେରୀପଡା ଏବଂ କୋମଣ୍ଡ ପଂଚାୟତର ୨୦ଟି ଗାଁକୁ କଂଟେନମେଂଟ ଅଂଚଳ ଘୋଷଣା କରିବା ସହିତ ରଙ୍ଗଣୀପାଟଣା, ରବିଗାଡିଆ ଏବଂ ଉପରୋକ୍ତ ପଂଚୟତ ଗୁଡିକର ୧୫ଖଣ୍ଡ ଗାଂକୁ ବଫର ଜୋନ ଅଂଚଳ ଘୋଷଣା କରିଛନ୍ତି । ହେଲେ ଏହି ନିର୍ଦ୍ଦେଶକୁ କାର୍ଯ୍ୟକାରୀ କରିବାକୁ ଥିବା ଅଧିକାରୀଙ୍କ କ୍ଷେତ୍ରରେ ଏପରି ବ୍ୟତିକ୍ରମ ଦେଖାଦେଲେ ସେମାନେ ସାଧାରଣ କ୍ଷେତ୍ରରେ ଏହାକୁ କେତେ ଦୁର ଗୁରୁତ୍ୱ ଦେଉଥିବେ ଭାବିବା କଥା ନିଶ୍ଚୟ । ଗାଁ ପରିମଳ ଗାମୁଣ୍ଡରୁ ଜଣା ପଡିବା ପରି ଥାନାର ଜନଗହଳି ଦେଖିଲେ ସ୍ୱତଃ ବାରିହୋଇ ପଡେ ସ୍ଥାନୀୟ ଅଂଚଳର ଆଇନ ଶୃଙ୍ଖଳା ବ୍ୟବସ୍ଥା । କଂଟେନମେଂଟ ଏରିଆ, ବଫର ଜୋନ, ସଟଡାଉନ,ଲକଡାଉନ ଲାଗୁହେବା ପରେ ମଧ୍ୟ ଥାନାରେ ମାମଲା ସଂଖ୍ୟା କମିବାର ନାଁ ଧରୁନି । ପୋଲିସ ପ୍ରଶାସନ ଆଇନ ଶୃଙ୍ଖଳା ପରିସ୍ଥିତିକୁ ନିୟନ୍ତ୍ରଣ କରିବା ପାଇଁ ପାଟ୍ରୋଲିଂ ବଢାଇବା ସହିତ  ଏଥି ପ୍ରତି ସ୍ୱତନ୍ତ୍ର ଧ୍ୟାନ ଦେଲେ ଅବସ୍ଥାରେ ପରିବର୍ତନ ଆସିପାରିବ ବୋଲି ଆଶାକରାଯାଏ । ସୂଚନା ଥାଉକି ଗତକାଲି ଜଣେ ପୋଲିସ କର୍ମଚାରୀଙ୍କ ଠାରେ କରୋନା ସଂକ୍ରମିତ ଚିହ୍ନଟର ଏହା କାରଣ ନୁହେଁକି ! 

Leave A Reply

Your email address will not be published.