ବାଲିସଙ୍କରା ବ୍ଲକ ଅଧୀନରେ ଚାଲିଛି  ଠିକାଦାର ପୋଷା ଫର୍ମୁଲା

0

ଭୁବନେଶ୍ୱର :-ସୁନ୍ଦରଗଡ଼ ଜିଲ୍ଲା ଆଦିବାସୀ ଅଧ୍ୟୁଷିତ ଜିଲ୍ଲା ହୋଇଥିବା ସ୍ଵତ୍ପେ ଏହି ଜିଲ୍ଲାର ଗରିବ ଅସହାୟ ଲୋକଙ୍କୁ ଭୁଆଁ ବୁଲାଇ ଠିକାଦାର ପୋଷା ନୀତି ଚଳାଇଥିବା ବାଲିସଙ୍କରା ବ୍ଲକର୍ ବାବୁଜଣକ କିଏ ଯିଏକି ଠିକାଦାରଙ୍କୁ ଦେଉଛି ପ୍ରୋତ୍ସାହନ | ଗୋଟିଏ ପକ୍ଷରେ ଦେଖିବା ପାଇଁ ଗଲେ କରୋଣା ମହାମାରୀ ଭୁତାଣୁ ସଂକ୍ରମଣ ଯୋଗୁଁ ସମ୍ପୂର୍ଣ୍ଣ ଦେଶ ଅଭାବ ଅନାଟନରେ ଗତି କରୁଥିବା ବେଳେ ବାହାର ରାଜ୍ୟକୁ ଦାଦନ ଶ୍ରମିକ ଭାବେ କାର୍ଯ୍ୟ କରିବା ପାଇଁ ଯାଇଥିବା ଲକ୍ଷ ଲକ୍ଷ ଜନସାଧାରଣ କାମ ନପାଇ ନିଜନିଜ ଗାଁକୁ ଦୁଖଃ କଷ୍ଟରେ ଫେରି ଆସିଥିବା ଶ୍ରମିକ | ସେମାନେ ନାହିଁନଥିବା ପରିସ୍ଥିତିରେ ଅଛନ୍ତି କହିଲେ ଅଚୁକ୍ତି ହେବନାହିଁ  | କରୋଣା ସଂକ୍ରମଣ ଭୟାବହ ଭୁତାଣୁ କାରଣରୁ ବହାର୍ ରାଜ୍ୟରେ କାମ ନପାଇ ବିଭିନ୍ନ ରାଜ୍ୟରୁ ଫେରିଥିବା ତଥା ଗ୍ରାମାଞ୍ଚଳରେ ବସବାସ କରୁଥିବା କୁଳି ମୂଲିଆ କାର୍ଯ୍ୟକରି ନିଜର ପରିବାରଙ୍କ ପେଟପାଟଣା ପାଇଁ ଖଟୁଥିବା ହଜାର ହଜାର ନିର୍ମାଣ ଶ୍ରମିକ ଜିଲ୍ଲାର ଅନେକ ବଣ ପାହାଡ଼ ଘେରା ଉପାନ୍ତ ଅଞ୍ଚଳରେ ବସବାସ କରୁଛନ୍ତି  | କିନ୍ତୁ ବାଲିସଙ୍କରା ବ୍ଲକ ଅଧୀନରେ ପଞ୍ଚାୟତିରାଜ ପକ୍ଷରୁ ହେଉଥିବା ଅନେକ ମନରେଗା କାର୍ଯ୍ୟ କିମ୍ବା କୌଣସି ନିର୍ମାଣ କାର୍ଯ୍ୟରେ ରାଜ୍ୟ ସରକାରଙ୍କ ପକ୍ଷରୁ ସ୍ପଷ୍ଟ ସ୍ପଷ୍ଟୀକରଣ କରାଯାଇଛି ଗ୍ରାମାଞ୍ଚଳରେ କୌଣସି ନିର୍ମାଣ କାର୍ଯ୍ୟ କରାଯାଉ ଏବଂ ଗ୍ରାମବାସୀଙ୍କୁ ସେଥିରେ କାର୍ଯ୍ୟ ଦିଆଯାଉ ବୋଲି କିନ୍ତୁ ବାଲିସଙ୍କରା ବ୍ଲକ ରେ ଏହାର ସମ୍ପୁର୍ଣ୍ଣ ବ୍ୟତିକ୍ରମ ଦେଖିବା ପାଇଁ ମିଳିଛି | ପ୍ରାପ୍ତ ସୂଚନା ରୁ ଜଣାପଡିଛି ବାଲିସଙ୍କରା ବ୍ଲକ ଅଧୀନରେ ଥିବା ବନଡେଗା ଗ୍ରାମପଞ୍ଚାୟତ ଉଲୁଟୁଡ଼ିହି ଗ୍ରାମରେ (ଏନଆରଜିଏସ ) ପ୍ରୋଜେକ୍ଟ ପକ୍ଷରୁ ପୋଖରୀ ଖନନ ହେଉଥିବା ବେଳେ ଗ୍ରାମ ବାସୀଙ୍କୁ ଅତି ଚତୁରତାର ସହିତ ଦୁଇରୁ ତିନିଦିନ ମାଟିଖୋଲିବା କାମଦେଇ ତିନିଦିନ ପରେ  କାମବନ୍ଦ କରି ଦିଆଯାଇଛି ଏବଂ ଠିକାଦାର ରାତାରାତି ଜେସିବି ଦ୍ୱାରା କାର୍ଯ୍ୟଟି କରିଛନ୍ତି | ହେଲେ ଏଠି ପ୍ରଶ୍ନ ଉଠିବା ସ୍ୱାଭାବିକଯେ  ରାଜ୍ୟ ସରକାରଙ୍କ ପକ୍ଷରୁ ଗରିବ ଅସହାୟ ଲୋକଙ୍କୁ ବିଭିନ୍ନ ପ୍ରକଳ୍ପ କାର୍ଯ୍ୟରେ କାର୍ଯ୍ୟ କରାଇବା ପାଇଁ ବିଭିନ୍ନ ବିଭାଗକୁ ଆଦେଶ ଦେଇଥିବା ବେଳେ ସୁନ୍ଦରଗଡ଼ ଜିଲ୍ଲାରେ  କାହା ଇଙ୍ଗିତରେ ବାଲିସଙ୍କରା ବ୍ଲକ ଅଧୀନରେ ଚାଳିଛି ଠିକାଦାର ପୋଷା ନୀତି ତାହାକୁ ନେଇ ଆଜି  ଉଲୁଟୁଡ଼ିହି ଗ୍ରାମର ଅନେକ ଗ୍ରାମବାସୀ ବାଲିସଙ୍କରା ବ୍ଲକ ଗୋଷ୍ଠୀ ଉନ୍ନୟନ ଅଧିକାରୀଙ୍କୁ ଅବଗତ କରାଇଛନ୍ତି | ଅପରପକ୍ଷରେ କିଛି ସଚେତନତା ଗୋଷ୍ଠୀ ଏବଂ ଜିଲ୍ଲାର ଅନେକ ବୁଦ୍ଧିଜୀବୀ ମହଲରେ ଦାବୀ ହେଉଛି ଜିଲ୍ଲା ପ୍ରଶାସନ ପକ୍ଷରୁ ସଠିକ ଭାବରେ ତଦନ୍ତ କରାଯାଉ ନଚେତ ସୁନ୍ଦରଗଡ଼ ଜିଲ୍ଲାରେ ଥିବା ୧୭ଗୋଟି ବ୍ଲକ ଅଧୀନରେ  ୨୩ ଲକ୍ଷରୁ ଅଧିକ ଜନସାଧାରଣ ବାସ କରନ୍ତି ତାହାମଧରୁ ପାଖାପାଖି ୭୫ ପ୍ରତିଶତ  ଗରିବ ଅସହାୟ ! ଏଣୁ ଅନେକ ପଞ୍ଚାୟତ ସ୍ତରରେ ଏହିପରି ଠିକାଦାର ପୋଷା ନୀତି ହେବା ଆଗରୁ ଜିଲ୍ଲା ପ୍ରଶାସନ ତରଫରୁ ପୁଙ୍ଖାନୁପୁଙ୍ଖ ଧ୍ୟାନ ଦିଆଯାଉ ବୋଲି ସାଧାରଣରେ ଦାବୀ ହେଉଛି  |

Leave A Reply

Your email address will not be published.