ଇନ୍ଦ୍ରଙ୍କ ଉପରେ ପଡିଲା ପ୍ରଶାସନର ନଜର : ଉପ ଜିଲ୍ଲାପାଳ ନିଜେ ପହଂଚି ଦେଲେ ସହାୟତାର ପ୍ରତିଶ୍ରୁତି 

0

 ସଫଳ ହେଲା “ଶାସକ ପ୍ରଶାସକ”ର ଏକ ଛୋଟ ପ୍ରୟାସ 

ଇନ୍ଦ୍ରଙ୍କ ପ୍ରତି ସହାୟତାର ହାତ ବଢ଼ାଇଲେ ପାଇକମାଲର ସହୃଦୟ  ବ୍ୟକ୍ତିବିଶେଷ 

ବରଗଡ :- ଗତ ସାତ ତାରିଖ ଦିନ ଆମେ ବରଗଡ ଜିଲ୍ଲା ରାଜଵୋଡ଼ାସମ୍ବର ବ୍ଲକ ବୁଢାମାଲ ପଞ୍ଚାୟତ ର ଲୁହାଖାନ ଗ୍ରାମର ଇନ୍ଦ୍ର ମାଝୀ ଓ ତାଙ୍କର ପରିବାର ର ସ୍ଥିତି ବାବଦରେ ଏକ ଖବର ପରିବେଷଣ କରିଥିଲୁ । ଆମେ ପ୍ରଶାସନକୁ ଶଯ୍ୟାଶାୟୀ 90 ବର୍ଷର  ଇନ୍ଦ୍ର ଓ ତାଙ୍କର ଅନ୍ଧୁଣି ପତ୍ନୀ ଙ୍କର ପରିବାରର ବର୍ତମାନ ବିନା କୋଣସି ସରକାରୀ ସହାୟତା ରେ କେମିତି ତାହା ଜଣାଇବାକୁ ଏକ ପ୍ରୟାସ କରିଥିଲୁ । ଏହି ଖବରଟି ପଢିବା ପରେ ପାଇକମାଲ ର ଜଣେ ବ୍ୟବସାୟୀ ଶ୍ରୀ ପ୍ରେମ ସାଗର ଫୌଜଦାର ଆମକୁ ଫୋନ କରି ଉକ୍ତ ପରିବାର ପାଇଁ ଏକ ମାସର ରାସନ ସାମଗ୍ରୀ ଯୋଗାଇ ଦେବା ପାଇଁ କହିଥିଲେ । ଏହା ପରେ ଆଊଜଣେ ବ୍ୟବସାୟୀ ବନ୍ଧୁ ଅତ୍ୟାବଶ୍ୟକୀୟ ସାମଗ୍ରୀ ସହିତ ପରିବାର ପାଇଁ ଶାଢ଼ୀ , ଧୋତି , ଗାମୁଛା , ବେଡ଼ସିଟ, ଚାଦର , ଦରି , ସମସ୍ତଙ୍କ ପାଇଁ ଶୀତବସ୍ତ୍ର ଯୋଗାଇ ଦେବା ପାଇଁ କହିଥିଲେ । ଆଜି ଆମେ ଉକ୍ତ ସମସ୍ତ ସାମଗ୍ରୀ ଧରି ଇନ୍ଦ୍ରଙ୍କର ନିକାୟକୁ ପଦ୍ମପୁର ଉପଜିଲ୍ଲାପାଳ  ସହିତ ପହଂଛି ଥିଲୁ । ସାମଗ୍ରୀ ସବୁ ନିଜେ ଉପଜିଲ୍ଲାପାଳ ଇନ୍ଦ୍ରଙ୍କର ସ୍ତ୍ରୀ ଓ ତାଙ୍କର ଝିଅକୁ ପ୍ରଦାନ କରିଥିଲେ । ପୂର୍ବରୁ ଉପଜିଲ୍ଲାପାଳ ଏହି ପରିବାର ଙ୍କୁ ସମସ୍ତ ସରକାରୀ ସହାୟତା ନିୟମ ମୁତାବକ ଖୁବଶୀଘ୍ର ପ୍ରଦାନ କରାଯିବ ବୋଲି ଆମକୁ କହିଥିଲେ । ଆଜି ମଧ୍ୟ ଉପଜିଲ୍ଲାପାଳ ଶ୍ରୀ ତନ୍ମୟ କୁମାର ଦରୁଆନ ପୁଣିଥରେ ଏହି କଥା କହିଛନ୍ତି । ଉପଜିଲ୍ଲାପାଳ ଶ୍ରୀ ଦରୁଆନ ତୁରନ୍ତ ଏହି ବିଷୟରେ ପଦକ୍ଷେପ ଗ୍ରହଣ କରି ଆଜି ନିଜେ ଇନ୍ଦ୍ରଙ୍କର ଘରକୁ ଯାଇ ତାଙ୍କ ପରିବାରକୁ ସହଯୋଗର ହାତ ବଢ଼ାଇ ତାଙ୍କୁ ରିଲିଫ ସାମଗ୍ରୀ ଦେଉଥିବାରୁ ଲୁହାଖାନ ଗ୍ରାମବାସୀ ମାନେ ଉପଜିଲ୍ଲାପାଳ ଙ୍କୁ କୃତନଜ୍ଞତା ଜଣାଇବା ସହିତ ବଦାନ୍ୟ ବ୍ୟକ୍ତି ମାନଙ୍କୁ ଧନ୍ୟବାଦ ପ୍ରଦାନ କରିଛନ୍ତି ।।

Leave A Reply

Your email address will not be published.