କୋଭିଡ ପରିଚାଳନା ପାଇଁ ଭିନୀଲଙ୍କୁ ତୃତୀୟ ମହଲାରେ ଓଏସଡି ଦାୟିତ୍ୱ 

0

ଭୁବନେଶ୍ୱର (ଶାସକ ପ୍ରଶାସକ) :  ଓଏମସିର ପରିଚାଳନା ନିର୍ଦ୍ଦେଶକ, ରାଜ୍ୟ କ୍ରୀଡା ନିର୍ଦ୍ଦେଶକ, ଓଏମଇସିଏଲର ପରିଚାଳନା ନିର୍ଦ୍ଦେଶକ ଭାବେ କାର୍ଯ୍ୟ କରୁଥିବା ୨୦୦୫ ବ୍ୟାଚ୍ ବରିଷ୍ଠ ଆଇଏସ ଅଫିସର  ଭିନୀଲ୍ କ୍ରିଷ୍ଣାଙ୍କୁ ମିଳିଛି ଅତିରିକ୍ତ  ଗୁରୁ ଦାୟିତ୍ୱ | କୋଭିଡ ପରିଚାଳନା ପାଇଁ  ତାଙ୍କୁ  ମୁଖ୍ୟମନ୍ତ୍ରୀଙ୍କ  ଦପ୍ତରରେ ଓଏସଡି ଭାବେ ଅତିରିକ୍ତ ଦାୟିତ୍ୱରେ ଅବସ୍ଥାପିତ କରାଯାଇଛି | ତାଙ୍କ ସହିତ ଜଣେ ଯୁଗ୍ମ ସଚିବ ଓ ଜଣେ ଉପ ସଚିବଙ୍କୁ  ମଧ୍ୟ ତୃତୀୟ ମହଲାରେ ନିଯୁକ୍ତି ମିଳିଛି | ଆଜି ପ୍ରକାଶିତ ବିଜ୍ଞପ୍ତି ଅନୁଯାୟୀ  ଜଳସେଚନ ବିଭାଗରେ ଯୁଗ୍ମ ସଚିବ ଭାବେ କାର୍ଯ୍ୟରତ ଓଏଏସ୍ ଅଫିସର  ଲାଲା ମନୋଜ କୁମାର ରାୟଙ୍କୁ ମୁଖ୍ୟମନ୍ତ୍ରୀଙ୍କ ଅଫିସ୍ ରେ ଯୁଗ୍ମ ସଚିବ ଭାବେ  ଏବଂ କଟକ ଉପ ଜିଲ୍ଲାପାଳ ଶୁଭ୍ରାଂଶୁ ମିଶ୍ରଙ୍କୁ ମୁଖ୍ୟମନ୍ତ୍ରୀଙ୍କ ଅଫିସ୍ ରେ  ଉପ ସଚିବ ଭାବେ ଅବସ୍ଥାପିତ କରାଯାଇଛି । ଶୁଭ୍ରାଂଶୁ ମିଶ୍ରଙ୍କ ଜାଗାରେ ସାଧାରଣ ପ୍ରଶାସନ ବିଭାଗରେ ଅତିରିକ୍ତ ଲ୍ୟାଣ୍ଡ ଅଫିସର୍ ଭାବେ କାର୍ଯ୍ୟରତ  ପ୍ରତାପ କୁମାର ବେଉରାଙ୍କୁ କଟକ ଉପଜିଲ୍ଲାପାଳ ଅବସ୍ଥାପିତ  କରାଯାଇଛି । 

Leave A Reply

Your email address will not be published.