ଅଧିକ୍ଷକଙ୍କ ବଦଳି, ଡାକ କର୍ମଚାରୀଙ୍କ ମଧ୍ୟରେ ଖୁସିର  ଲହରୀ l

0

 ସମ୍ବଲପୁର,(ରମାକାନ୍ତ ବିଶ୍ବାଳ ) : ଅଖିଳ ଭାରତୀୟ ତୃତୀୟ ଶ୍ରେଣୀ ଡାକ କର୍ମଚାରୀ ସମ୍ବଲପୁର ସଂଘ ପକ୍ଷରୁ ବିଭିନ୍ନ ସମୟ ରେ ଅଧିକ୍ଷକ ଙ୍କ ମନମୁଖି, ଅନ୍ୟାୟ  ଓ ଅତ୍ୟାଚାର କାର୍ଯ୍ୟକଳାପ କୁ ନେଇ ହେଇଥିବା ଧାରଣା  ଶେଷ ରେ ସଫଳ ହୋଇଛି ଏବଂ ଓଡିଶା ପରିମଣ୍ଡଳ ର ମହାଡାକପାଲ ଙ୍କ  ଆଦେଶ କ୍ରମେ ସମ୍ବଲପୁର ଡାକ ଅଧିକ୍ଷକ  ବାନାମ୍ବର ସେଠି ଙ୍କ ବଦଳି ହୋଇ ଥିବାରୁ ଡିଭିଜନ ର ସମସ୍ତ କର୍ମଚାରୀ ମହାଡାକପାଳ ଙ୍କ  ଆଦେଶ ଙ୍କୁ ସ୍ୱାଗତ ଜଣେଇଛନ୍ତି l ଦୀର୍ଘ  ୨୧ ମାସ ହେଲା ନିୟମ ର ଉଲଘ୍ନ କରି  ମାସିକ ବୈଠକ ନ କରିବା , ବାରମ୍ବାର କର୍ମଚାରୀ ଙ୍କୁ  ବଦଳି ତଥା ଡେପୁଟେସନ ଦେବା, ନ୍ୟାୟ ପାଇବା ପାଇଁ କୋର୍ଟ ର ଦ୍ୱାରସ୍ଥ ହେବା ପାଇଁ ବାଧ୍ୟତାମୂଳକ ପରିସ୍ଥିତି ସୃଷ୍ଟି କରିବା,ଦରମା ବନ୍ଧ କରିବା ,  ଛୁଟି ମଞ୍ଜୁରୀ ନ କରିବା ତଥା ବିଭିନ୍ନ ବିଲ କୁ ମଞ୍ଜୁରୀ  ନ କରି, ଅଯଥା ରେ ବିଭାଗ ର ଅର୍ଥ ଧୂଳିସାତ କରିବା  ତଥା  ସଂଘର ପତ୍ରଗୁଡିକୁ ଜାଣିଶୁଣି ଅଗ୍ରାହ୍ୟ କରିବା ଆଦି  ଅନେକ ବିଷୟ କୁ ନେଇ ସଂଘ ସବୁ ବେଳେ ଦୃଢ ସ୍ୱର ଉତ୍ତୋଲନ ତଥା ପ୍ରତିବାଦ  କରୁଥିବା ଫଳରେ  ପରି ଶେଷ ବିଭାଗ  ଚାପରେ ଆସି ଶ୍ରୀ ସେଠି ଙ୍କୁ  ବିଭାଗୀୟ କାର୍ଯ୍ୟାନୁଷ୍ଠାନ କରି ବଦଳି ହୋଇଛି l ନୂତନ ହିସାବ ରେ ଦାୟିତ୍ୱରେ ଥିବା ଡାକ ଅଧିକ୍ଷକ ଶ୍ରୀ ବିପିନ ବିହାରୀ ନେଗୀ ଙ୍କୁ ସଂଘ ର କର୍ମକର୍ତା ସ୍ଵାଗତ ଜଣେଇଛନ୍ତି l ଦୀର୍ଘ ଦିନର ବ୍ୟବଧାନ ପରେ ଶ୍ରୀ ନେଗୀ ଙ୍କ ନେତୃତ୍ୱ ରେ ସଙ୍ଘ ସହିତ ମାସିକ ବୈଠକ ଅନୁଷ୍ଠିତ ହୋଇଯାଇଅଛି l 

ବୈଠକରେ  କର୍ମଚାରୀ ପକ୍ଷରୁ ସମ୍ବଲପୁର ଏନଏଫପିଇ ଡାକ ସଂଘ ର ସଭାପତି ରମେଶ ଚନ୍ଦ୍ର ସାହୁ, ସମ୍ପାଦକ  ରୁପେଶ ବାଗ, ପୋଷ୍ଟମ୍ୟାନ ତଥା ଏମଟିଏସ ସଙ୍ଘ ର ସମ୍ପାଦକ  କମଳ ଲୋଚନ ସାହୁ, ଜିଡିଏସ ସଂଘ ର ସମ୍ପାଦକ ଶଙ୍କର କର  ଉପସ୍ଥିତ ଥିବା ବେଳେ ବିଭାଗ ର ଅଧିକ୍ଷକ ସହ ଡାକ ଅଧିକାରୀ   ସୁଜିତ କୁମାର ମହାରଣା ଏବଂ ତାପସ କୁମାର ପେରାଇ ତଥା କର୍ମଚାରୀ ସତ୍ୟ ନାରାୟଣ ଲାକ୍ରା ଙ୍କୁ ନେଇ ସାମାଜିକ ଦୂରତା ଅବଲମ୍ବନ ପୂର୍ବକ ଏହା  ଅନୁଷ୍ଠିତ ହୋଇଥିଲା ।

Leave A Reply

Your email address will not be published.