“ପିଅନ ହେବାର ଯୋଗ୍ୟତା ନାହିଁ, ତହସିଲଦାର ହେଇ ବସିଛୁ !!”

0

ବିଜେପି ବିଧାୟକ ପ୍ରାର୍ଥୀ ବାବୁ ମହାପାତ୍ରଙ୍କ ନାଁରେ ତହସିଲଦାରଙ୍କ ଏତଲା

ଜବତ ହୋଇଥିବା ଗାଡି ଛାଡିବା ପ୍ରସଙ୍ଗରେ ରାସଗୋବିନ୍ଦପୁର ତହସିଲଦାରଙ୍କ ଅଫିସରେ ପଶି ଧମକ ଅଭିଯୋଗ

 ବାରିପଦା (ଦିଲ୍ଲୀପ ମହାନ୍ତି) : ବିଜେପି ନେତା କୃଷ୍ଣଚନ୍ଦ୍ର ମହାପାତ୍ର (ବାବୁ ମହାପାତ୍ର)ଙ୍କ ବିରୋଧରେ ରାସଗୋବିନ୍ଦପୁର ତହସିଲଦାର ପ୍ରଭାତ ମହାପାତ୍ର ଦେଇଛନ୍ତି ଥାନାରେ ଏତଲା | ବିଜେପି ନେତା ବାବୁ ମହାପାତ୍ର  କାର୍ଯ୍ୟାଳୟ ଭିତରେ ପଶି ତାଙ୍କୁ ଅଶାଳୀନ ମନ୍ତବ୍ୟ ଦେବା ସହ ଧମକ ଚମକ ଦେଇଥିବା ତାଙ୍କ ଅଭିଯୋଗରେ ଉଲ୍ଲେଖ କରିଛନ୍ତି ତହସିଲଦାର | 

ଦିଲ୍ଲୀପ ନାୟକ ଓରଫ ଗଗ ନାମକ ବ୍ୟକ୍ତିଙ୍କ ଜବତ ହୋଇଥିବା ଗାଡି ଗୁଡିକ ଛାଡିବା ପାଇଁ ଶ୍ରୀ ମହାପାତ୍ର  ତହସିଲଦାରଙ୍କୁ କହିଥିବା ବଳେ ତହସିଲଦାର ସେଗୁଡିକୁ ଛାଡି ନଥିବା କାରଣରୁ ଉତ୍ତ୍ୟକ୍ତ ହୋଇ ଏହି ଘଟଣା ଘଟିଛି ବୋଲି ଅଭିଯୋଗରେ ଉଲ୍ଲେଖ କରିଛନ୍ତି ତହସିଲଦାର | ସେ ଅଫିସରେ ବସିଥିବା ବେଳେ ବାବୁ ମହାପାତ୍ର ସିଧା ତାଙ୍କ ଚାମ୍ବରରେ ପଶି ସିସି କ୍ୟାମେରା ବନ୍ଦ କରି ଅଶ୍ରବ୍ୟ ଭାଷାରେ ମନ୍ତବ୍ୟ ଦେବା ଆରମ୍ଭ କରିଥିଲେ ଓ ” ଶଳା ମୂର୍ଖ ତହସିଲଦାର ରାଜନୀତି କରୁଛୁ  |  ପିଅନ ହେବାକୁ ଯୋଗ୍ୟତା ନାହିଁ ତହସିଲଦାର ହେଇ ବସିଛୁ | ଶାସକ ଦଳକୁ ଛାଡୁଛୁ |  ମୋ କଥା ଶୁଣୁନଉ | ତୋତେ କହିଥିଲି ଦିଲ୍ଲୀପ ନାୟକର କେଶରେ ସିଜ ହୋଇଥିବା ଗାଡି ସବୁ ରିଲିଜ କରିଦେବୁ | କଲୁ ନାହିଁ | ତୋତେ ଆସନ୍ତା କାଲି ତହସିଦାର ହିସାବରେ ବସିଥିବା ଦେଖିଲେ ବାଂଧିକି ପିଟିବି | ଆହି ରାତି ଭିତରେ ରାସଗୋବିନ୍ଦପୁର ଛାଡ଼ିବୁ | ନହେଲେ ତତେ ପିଟି ପିଟି ରାସଗୋବିନ୍ଦପୁରରୁ ବିଦା କରିବି ”  ବୋଲି  ଅଶାଳୀନ ମନ୍ତବ୍ୟ ଦେବା ସହ ଧମକାଇଥିଲେ ବୋଲି ଅଭିଯୋଗ କରିଛନ୍ତି ତହସିଲଦାର | ତହସିଲଦାରଙ୍କ ଅଭିଯୋଗ ଉପରେ ବିଜେପି ନେତା ଶ୍ରୀ ମହାପାତ୍ରଙ୍କ ପ୍ରତିକ୍ରିୟା ମିଳିପାରିନାହିଁ | 

Leave A Reply

Your email address will not be published.