ମିଶନ ଶକ୍ତିକୁ  ଆଉ ଏକ ସଫଳତା 

0

ବଲାଙ୍ଗୀର : ମହିଳା ସଶକ୍ତିକରଣ ଦିଗରେ ମିଶନ ଶକ୍ତି ଆଉ ଏକ ସଫଳତା ହାସଲ କରିଛି। ବଲାଙ୍ଗୀର ଜିଲ୍ଲାର ପଥରଲାସ୍ଥିତ ମା’ ଖୁଦୁରୁକୁଣୀ ସ୍ୱୟଂ ସହାୟକ ଗୋଷ୍ଠୀ ଓଡ଼ିଶା ରାଜ୍ୟ ବିହନ ନିଗମଠାରୁ ବିହନ ବିକ୍ରୟ ପାଇଁ ଲାଇସେନ୍ସ ପାଇଛି। କୋଭିଡ ମହାମାରୀ ଲକଡାଉନ ସମୟରେ ମଧ୍ୟ ସିଡ ଡିଲର ଭାବେ ସଫଳତାର ସହ ବିହନ ବିକ୍ରୟ କେନ୍ଦ୍ର ପରିଚାଳନା କରିଛି।

ଏହି ଏସଏଚଜି ୧୦୮ ଜଣ ସ୍ଥାନୀୟ ଚାଷୀଙ୍କୁ ବିଭିନ୍ନ କିସମର ୧୦୮ କୁଇଣ୍ଟାଲ ବିହନ ବିକ୍ରୟ କରିଛି।ବ୍ୟାଙ୍କ ଋଣ ଏବଂ ବ୍ଲକ ମହାସଂଘରୁ ଋଣ ନେଇ ସିଡ ଡିଲର ଭାବେ ସେମାନେ ଏହି ଋତୁରେ ୫୦୦୦୦ ଟଙ୍କା ଆୟ କରିବାରେ ସଫଳ ହୋଇଛନ୍ତି।

Leave A Reply

Your email address will not be published.