ପଦ୍ମପୁର(ଶାସକପ୍ରଶାସକ)-ବାଲି ଖାଦାନ ଟେଣ୍ଡର ପକାକୁ ନେଇ ଆଜି ପଦ୍ମପୁର ତହସିଲ କାର୍ଯ୍ୟାଳୟରେ କିଛି ସମୟ ପାଇଁ ଉତ୍ତେଜନା ଦେଖା ଦେଇଥିଲା । ପରେ ପଦ୍ମପୁର ପୋଲିସ ପହଞ୍ଚି ପରିସ୍ଥିତି ଶାନ୍ତ କରିଥିଲା । ବିସ୍ତୃତ ବିବରଣୀ ଅନୁସାରେ ପଦ୍ମପୁର ତହସିଲ ଅନ୍ତର୍ଗତ ଦଶ ଗୋଟି ବାଲି, ପଥର ଓ ମୁରୁମ ଖାଦାନକୁ ନିଲାମରେ ଦେବା ପାଇଁ ପଦ୍ମପୁର ତହସିଲ କାର୍ଯ୍ୟାଳୟ ତରଫରୁ ଟେଣ୍ଡର ଆହ୍ୱାନ କରାଯାଇଥିଲା । ପୋଷ୍ଟ ମାଧ୍ୟମରେ ସମସ୍ତ ଟେଣ୍ଡର ଗ୍ରହଣ ପାଇଁ ନିୟମ ରହିଥିବା ବେଳେ ଟେଣ୍ଡର ପକାଇବା ପାଇଁ ଆଜି ଶେଷ ତାରିଖ ରହିଥିଲା । ଦିନ 3 ଟା ସୁଦ୍ଧା ସମସ୍ତ ଖାଦାନ ପାଇଁ ସମୁଦାୟ 21 ଗୋଟି ଟେଣ୍ଡର ପଡି ସାରିଥିଲା । କିନ୍ତୁ ଗୋଟିଏ ଟେଣ୍ଡର ପେପରକୁ ତହସିଲର ଜଣେ କର୍ମଚାରୀ ନିଜେ ଅପରାହ୍ନରେ ପୋଷ୍ଟ ଅଫିସକୁ ଯାଇ ଟେଣ୍ଡର ଗ୍ରହଣ କରିଥିବା ଅଭିଯୋଗ ହୋଇଥିଲା ଏବଂ ସିଲ ହେବା ପର୍ଯ୍ୟନ୍ତ 22 ଗୋଟି ଟେଣ୍ଡର ପଡିଥିବା ଅଫିସ ତରଫରୁ ଦର୍ଶା ଯାଇଥିଲା। ଏହି ଖବର ଅନ୍ୟ ଟେଣ୍ଡର ଧାରୀମାନେ ପାଇବା ପରେ ତହସିଲ ଅଫିସକୁ ଆସି ପଟିତୁଣ୍ଡ କରଥିଲେ ଏବଂ ବେଶ କିଛି ସମୟ ଧରି ସେଠାରେ ଉତ୍ତେଜନା ଲାଗି ରହିଥିଲା । ପରେ ପୋଲିସ ପହଞ୍ଚି ଘଟଣାକୁ ଶାନ୍ତ କରିଥିଲେ । ହେଲେ ଏହି ଘଟଣାର ଏ ପର୍ଯ୍ୟନ୍ତ କୌଣସି ସମାଧାନ ହୋଇ ନ ଥିବା ବେଳେ ଆସନ୍ତା 9 ତାରିଖରେ ଟେଣ୍ଡର ସବୁ ଖୋଲାଯିବ ବୋଲି ଜଣାପଡ଼ିଛି । ପଦ୍ମପୁର ଅଞ୍ଚଳରେ ବାଲି ଖାଦାନ ପାଇଁ ଅନେକ ସମୟରେ ଛୋଟ ବଡ ଝଗଡ଼ା ହୋଇ ଆସୁଛି । ଏଣୁ ଆଗାମୀ ଦିନରେ କୌଣସି ବଡ ଘଟଣାକୁ ଏଡ଼ାଇବା ପାଇଁ ଟେଣ୍ଡର ପ୍ରକ୍ରିୟା କୁ ସ୍ଵଛ ଓ ନିରପେକ୍ଷ କରାଯିବାକୁ ଦାବି ହେଉଛି |
Sign in
Sign in
Recover your password.
A password will be e-mailed to you.
Next Post