ଟିଟିଲାଗଡ (ଗୌରବ ଦର୍ଜୀ)-ଆଜି ଟିଟିଲାଗଡ ପୋଲିସ କୁ ଏକ ବଡ଼ ସଫଳତା ମିଳିଛି। ଟିଟିଲାଗଡ ଥାନା ଅଧୀନରେ ଥିବା ଚୋରମରା ଗାଁ ରେ ପାହାଡ ନିକଟରୁ ଗତ ଜୁଲାଇ 2 ତାରିଖ ସଂଧ୍ୟାରେ ଏକ ମୃତ ଦେହ ପଡ଼ିଥିବା ଟିଟିଲାଗଡ ପୋଲିସ ଖବର ପାଇ ଉକ୍ତ ସ୍ଥାନକୁ ପହଞ୍ଚି ଥିଲେ। କିନ୍ତୁ ତାହା ରାତି ହୋଇ ଯିବାରୁ ବିଶେଷ କିଛି ଜାଣି ପାରି ନ ଥିଲେ। ମୃତକ ଜଣକ ଚୋରାମରା ଗାଁ ର ଗର୍ଜୁ ରଣା ବୋଲି ଜଣାପଡିଥିଲା। ରାତି ସାରା ମୃତ ଦେହ କୁ ଜଗି ରଖି ବା ପରେ ତା ପର ଦିନ ଜୁଲାଇ 3 ତାରିଖ ଦିନ ସକାଳୁ ସକାଳୁ ପୋଲିସ ହତ୍ୟା ର ତଦନ୍ତ ଆରମ୍ଭ କରିଥିଲା। ଅନେକ ବାଧା ବିଘ୍ନ ପରେ ପୋଲିସ ହତ୍ୟା କାରୀ ଙ୍କ ଠାବ କରି ପାରିଛି। କିନ୍ତୁ ହତ୍ୟାକାରୀ ଙ୍କ ମଧ୍ୟ ରୁ 4 ଜଣ ପୋଲିସ ର ଗିରଫ ରେ ଆସିଥିବା ବେଳେ ଜଣେ ଫେରାର ଅଛି। ଗିରଫ ବ୍ୟକ୍ତିଙ୍କ ମଧ୍ୟ ରେ ଅଛନ୍ତି ଆଦିଲ୍ ମହମ୍ମଦ, ସୁଦାମ ରଣା, ଯୁବରାଜ ବିଶି, ରାଜା ରାମ ଛୁରା । ହତ୍ୟା କରିବା ର କାରଣ ପୋଲିସ ସୂତ୍ର ରୁ ଜଣାଯାଇଛି ଯେ, ମୃତକ ଗର୍ଜୁ ରଣା ଙ୍କ ଝିଅ ଙ୍କ ସହିତ ମୁଖ୍ୟ ହତ୍ୟାକାରୀ ଓ ହତ୍ୟା ର ମାଷ୍ଟର ମାଇଣ୍ଡ ଆଦିଲ୍ ମହମ୍ମଦ ର ପ୍ରେମ୍ ସମ୍ପର୍କ ଥିଲା। କିନ୍ତୁ ମୃତକ ଗର୍ଜୁ ରଣା ତାଙ୍କ ଝିଅ ଙ୍କ ବାହାଘର ଅନ୍ୟ ଜଣେ ବ୍ୟକ୍ତି ଙ୍କ ସହିତ କରିବାରୁ ଯୋଜନା କ୍ରମେ ହତ୍ୟାକାରୀ ଆଦିଲ୍ ଙ୍କ ସହିତ ଅନ୍ୟ ଚାରି ଜଣ ମିଶି ହତ୍ୟା କରିଛନ୍ତି। ସେମାନଙ୍କ ପାଖରୁ ପୋଲିସ ହତ୍ୟା ରେ ବ୍ୟବହୃତ ଛୁରୀ, ଅନେକ ମୋବାଇଲ, ଓ ଗୋଟିଏ ବାଇକ୍ ଜବତ କରିଛି। ଏହି ସବୁ ସୂଚନା DSP ଶ୍ରୀ ସୁରେନ୍ଦ୍ର ନାଥ ଶତପଥି ଏକ ପ୍ରେସ ବିବୃତି ମାଧ୍ୟମ ରେ ପ୍ରକାଶ କରିଛନ୍ତି।
Sign in
Sign in
Recover your password.
A password will be e-mailed to you.
Prev Post