ବୃନ୍ଦାବାହାଲ ଗ୍ରାମ ପଞ୍ଚାୟତର ଲିମସେର ଗ୍ରାମରେ ବୃକ୍ଷରୋପଣ କାର୍ଯ୍ୟକ୍ରମ 

0

ଧର୍ମଗଡ /ସୁଶାନ୍ତ ରାଉତ: ପରିବେଶ ହସିଲେ ମଣିଷ ହସିବ ଏହି କଥା କୁ ହୃଦୟଙ୍ଗମ କରି  ଗୋଲାମୁଣ୍ଡା ବ୍ଳକ ବୃନ୍ଦାବାହାଲ ଗ୍ରାମ ପଞ୍ଚାୟତର ଲିମସେର ଗ୍ରାମରେ ବୃକ୍ଷ ରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇ ଯାଇଛି |  ଗାଁ କୁ ଯୋଡିଥିବା ମୂଖ୍ୟ ରାସ୍ତାର ଉଭୟ ପାର୍ଶ୍ବରେ, ଖେଳ ପଡିଆ ଆଉ ଶ୍ମଶାନ ଭୂଇଁରେ ମୋଟ ୩୨୦ ଟି ଚାରା ରୋପଣ କରାଯାଇଛି।। ଏଦିଗରେ ଜଙ୍ଗଲ ବିଭାଗ ର ଅଧିକାରୀ ଶ୍ରୀମୂଖ ମେହେର ଚାରା, ଖତ ଯୋଗେଇ ଦେଇଥିଲେ । ଶିକ୍ଷକ ତରଙ୍ଗ ଚଣ୍ଡି, ସମାଜ ସେବୀ ନୃସିଂହ ମେହେର, ଅରଖିତ ମେହେର, ଗଣେଷ ମେହେର ଚାରା ରୋପଣ ର ଯୋଜନା କରିଥିଲେ।।  ଏହି ମହତ କାର୍ଯ୍ୟ ରେ ଆର୍ଥିକ ଆଉ ମନୋବଳ ର ସାହାଯ୍ୟ କରିବା ପାଇଁ ଅନେକ ବୁଦ୍ଧିଜୀବୀ, ସମାଜ ସେବୀ, ରାଜନେତା, ମିଡିଆ ଆଗେଇ ଆସିଥିଲେ। ବିଜୁ ଜନତା ଦଳର ଇଂ ଦିନେଶ କୁମାର ରାଉତ ,ବୃନ୍ଦାବାହାଲ ଗ୍ରାମ ପଞ୍ଚାୟତ ସରପଞ୍ଚ ଙ୍କ ପ୍ରତିନିଧି ଦେବରାଜ ରାଉତ, ଅମୃତ ମେହେର, ସାରଙ୍ଗ ମେହେର, ଲକ୍ଷ୍ମଣ ମେହେର, ସୁବାଷ ମେହେର ଆଉ ବିଜୁ ବାହିନୀ, ମାନସ ରଞ୍ଜନ ରାଉତ, ଜିତୁ ନାଏକ, ଜଗନ୍ନାଥ ଗୁଆ, ବିନୟ ରାଉତ ଉପସ୍ଥିତ ରହିବା ସହିତ ବୃକ୍ଷ ରୋପଣ କାର୍ଯ୍ୟକ୍ରମକୁ ସାଫଲ୍ୟ ମଣ୍ଡିତ କରିବା ରେ ମହତ ସହଯୋଗ କରିଥିଲେ।।

Leave A Reply

Your email address will not be published.