ସକାଳେ ଖବର ଲେଖିଲୁ , ଉପରବେଲା ପହଁଚିଲେ ଯୁବ ସମାଜସେବୀ 

0

କଳ୍ପନାଙ୍କୁ ସହାୟତାର ହାତ ବଢ଼ାଇଲେ ରବିରଞ୍ଜନ  

ପଦ୍ମପୁର  (ଶାସକ ପ୍ରଶାସକ) : ବରଗଡ଼ ଜିଲ୍ଲା ପାଇକମାଲ ବ୍ଲକ ବାଦିକଟା ପଞ୍ଚାୟତ ଘେସରା ଗ୍ରାମର କଳ୍ପନା ସାହୁ ଏକ ବିଧବା ମହିଳା । ସ୍ୱାମୀଙ୍କ ମୃତ୍ୟୁ ପରେ ଅସହାୟ ହୋଇ ପଡିଛନ୍ତି ଏହି ମହିଳା ଜଣକ । ପରିବାର କହିଲେ ନିଜେ ଏବଂ ତାଙ୍କର 2 ସନ୍ତାନ ।  10 ବର୍ଷର ପୁଅ ଓ ଦୁଇବର୍ଷର ଝିଅ । ବିଧବା କଳ୍ପନାଙ୍କୁ ବର୍ତମାନ  ଆହା ପଦୀଏ  କରିବା ପାଇଁ କେହି ନାହାନ୍ତି । ସମ୍ପୂର୍ଣ୍ଣ ଭାବରେ ନିଃସହାୟ କଳ୍ପନା ଙ୍କର ପାଇଁ ସରକାରୀ ସହାୟତା ଅପହଞ୍ଚ । ନିଜେ ଓ ନିଜ ଦୁଇ ଛୁଆଙ୍କର ପେଟକୁ ମୁଠାଏ ଅନ୍ନ ଯୋଗାଇ ଦେବାପାଇଁ  ପାଇଁ ଅନେକ ଥର ସରପଞ୍ଚଙ୍କଠାରୁ ନେଇ ପାଇକମାଲ ବିଡ଼ିଓଙ୍କ ପାଖେ ଗୁହାରୀ ଓ ଅଭିଯୋଗ ମଧ୍ୟ କରିଥିଲେ ସୁଦ୍ଧା ପ୍ରଶାସନ କଳ୍ପନାଙ୍କର ପରିସ୍ଥିତି ବାବଦରେ ଜାଣିଶୁଣି ଅଣଦେଖା କରୁଥିବା ଖବର ଆମେ ଆଜି “ଶାସକ ପ୍ରଶାସକ”ରେ  ସକାଲ ସମୟରେ ପରିବେଷଣ କରିଥିଲୁ |

“କଳ୍ପନାତୀତ କଳ୍ପନାଙ୍କ ଯନ୍ତ୍ରଣା , ଦୁଃଖ ବୁଝିବ କି ପ୍ରଶାସନ” 

http://shasakprashasak.com/index.php/state/14441-2020-07-05-08-17-16 

“ଶାସକ ପ୍ରଶାସକ”ରେ ପ୍ରକାଶିତ ଏହି ଖବର ପଢି ପାଇକମାଲର ଯୁବସାଜସେବୀ ରବିରଞ୍ଜନ ସାହୁ ଘେସରା ଗ୍ରାମର କଳ୍ପନାଙ୍କ ପାଖକୁ ଯାଇ ଦଶ ଦିନର ରାସନ ସାମଗ୍ରୀ ଦେବା ସହ କଳ୍ପନା କିପରି ସରକାରୀ ସହାୟତା ପାଇ ପାରିବେ ସେ ବିଷୟରେ ବିଭାଗୀୟ ଅଧିକାରୀଙ୍କ ସହ ଯୋଗାଯୋଗ କରିବେ ବୋଲି ପ୍ରତିଶ୍ରୁତି ଦେଇଛନ୍ତି । ଏହି ଅସହାୟ ମହିଳାଙ୍କ ପ୍ରତି ଯୁବସମାଜସେବୀ ଯେପରି ସହାୟତାର ହାତ ବଢାଇଛନ୍ତି ସେହିପରି ପ୍ରଶାସନିକ ବାବୁ ଯଦି କଳ୍ପନାଙ୍କ ସରକାରୀ ସହାୟତା ପାଇବାରେ ସହଯୋଗ କଲେ ସେ ଭଲ ଭାବରେ ଜୀବନ ଯାପନ କରି ପାରିବେ ।

Leave A Reply

Your email address will not be published.