ବୁଗୁଡା( ଡ଼ଃ କୁମୁଦ ଚନ୍ଦ୍ର ବେହେରା): ସୁରାଟ ପ୍ରବାସୀ ଓଡ଼ିଆ ସମାଜ ପକ୍ଷରୁ ସୁରାଟରେ ରହି ପାଠ ପଢ଼ୁଥିବା ୨୫ ଟି ଓଡ଼ିଆ ବିଦ୍ୟାଳୟର ଛାତ୍ର ଛାତ୍ରୀ ମାନଙ୍କୁ ମାଗଣାରେ ପାଠ୍ୟ ପୁସ୍ତକ ପ୍ରଦାନ ପାଇଁ ବ୍ୟବସ୍ଥା କରାଯାଇଛି। ଏହି କାର୍ଯ୍ୟକ୍ରମ ପାଇଁ ଟ୍ରଷ୍ଟର ମୁଖ୍ୟ ତଥା ସଭାପତି ପ୍ରଦୀପ କୁମାର ସାହୁଙ୍କ ଉଦ୍ୟମ ଯୋଗୁଁ ସୁରାଟ ସହରର ୨୫ ଟି ଓଡ଼ିଆ ବିଦ୍ୟାଳୟରେ ଅଧ୍ୟୟନ କରୁଥିବା ଛାତ୍ରଛାତ୍ରୀ ମାନଙ୍କ ଶିକ୍ଷାର ବିକାଶ ପାଇଁ ସହାୟକ ହୋଇପାରିଛି। ଆଜି ଗୁରୁ ପୂର୍ଣ୍ଣିମା ଉପଲକ୍ଷେ ସୁରାଟର ଅମ୍ରୋଲି ଅଞ୍ଚଳରେ ପ୍ରତିଷ୍ଠିତ ସଂସ୍କାର ବିଦ୍ୟା ଭବନ ଶିକ୍ଷାନୁଷ୍ଠାନ ପକ୍ଷରୁ ଆୟୋଜିତ ଉତ୍ସବରେ ମୁଖ୍ୟ ଅତିଥି ଭାବେ ପ୍ରବାସୀ ଓଡ଼ିଆ ସମାଜର ସଭାପତି ପ୍ରଦୀପ କୁମାର ସାହୁ ଯୋଗ ଦେଇଥିବା ବେଳେ ଶିକ୍ଷାନୁଷ୍ଠାନର ମୁଖ୍ୟ ଗୋପାଳ ଚନ୍ଦ୍ର ରାଉତ ଅଧ୍ୟକ୍ଷତା କରିଥିଲେ। ସମ୍ମାନୀତ ଅତିଥି ଭାବେ କମିଟି ସଭାପତି ପ୍ରକାଶ ଚନ୍ଦ୍ର ପ୍ରଧାନ, କମିଟି ସଦସ୍ୟ ଅଭିମନ୍ୟୁ ମଣ୍ଡଳ,ପୃଥିବୀ ରାଜ ପ୍ରଧାନ,ପ୍ରଦୀପ ସାହୁ, ତ୍ରିଲୋକ୍ୟ କୁମାର ପାତ୍ର ପ୍ରମୁଖ ଯୋଗ ଦେଇଥିଲେ। ସ୍କୁଲର ପ୍ରିନସପାଲ ତ୍ରିଦେବୀ ପ୍ରଧାନ ସ୍ୱାଗତ ଭାଷଣ ସହ ଅତିଥି ପରିଚୟ ପ୍ରଦାନ କରିଥିଲେ। ଏହି ଅବସରରେ ପ୍ରବାସୀ ଓଡ଼ିଆ ସମାଜ ସଭାପତି ପ୍ରଦୀପ କୁମାର ସାହୁ ଛାତ୍ରଛାତ୍ରୀ ଓ ଅଭିଭାବକ ମାନଙ୍କୁ ମାଗଣା ପାଠ୍ୟ ପୁସ୍ତକ ପ୍ରଦାନର ଶୁଭାରମ୍ଭ କରିଥିଲେ। ପର୍ଯ୍ୟାୟକ୍ରମେ ଅନ୍ୟ ୨୪ ଟି ସ୍କୁଲରେ ପାଠ୍ୟ ପୁସ୍ତକ ପ୍ରଦାନ କରାଯିବ ବୋଲି ଟ୍ରଷ୍ଟ ସଭାପତି ଶ୍ରୀ ସାହୁ ପ୍ରକାଶ କରିଥିଲେ।
Sign in
Sign in
Recover your password.
A password will be e-mailed to you.