ବୁଗୁଡା( ଡ଼ଃ କୁମୁଦ ଚନ୍ଦ୍ର ବେହେରା) : ଗଞ୍ଜାମ ଜିଲ୍ଲା ବୁଗୁଡା ବ୍ଲକ ଅନ୍ତର୍ଗତ ଖୋଳଖାଳି ଗ୍ରାମର ଅଙ୍ଗନବାଡି କର୍ମୀ ଭାରତୀ ସ୍ଵାଇଁ ଜୁଲାଇ ୪ ତାରିଖ ସକାଳେ ମୃତ୍ୟୁ ବରଣ କରିଥିବା ବେଳେ ଗଞ୍ଜାମ ଜିଲ୍ଲାପାଳ ବିଜୟା ଅମୃତ କୁଲାଙ୍ଗେ ଗଭୀର ଦୁଃଖ ପ୍ରକାଶ କରି ପରିବାରକୁ ସମବେଦନା ଜଣାଇବା ସହ ସ୍ବର୍ଗତ ଭାରତୀ ସ୍ବାଇଁଙ୍କୁ କରୋନା ଯୋଦ୍ଧା ଭାବେ ମାନ୍ୟତା ପ୍ରଦାନ କରି ରାଜ୍ୟ ସରକାରଙ୍କ ନିକଟକୁ ପତ୍ର ପ୍ରେରଣ କରିଥିବା ଜଣାପଡିଛି। ସ୍ୱର୍ଗତ ଭାରତୀ ସ୍ଵାଇଁ ଜଣେ ଦକ୍ଷ ଅଙ୍ଗନବାଡି କର୍ମୀ ଭାବେ ଖୋଳଖାଳି ଅସ୍ଥାୟୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ନିଷ୍ଠାର ସହ କାର୍ଯ୍ୟକରି ପ୍ରବାସୀ ଓଡ଼ିଆଙ୍କ ପ୍ରିୟଭାଜନ ହୋଇ ପାରିଥିଲେ। କରୋନା ସଚେତନତା ପାଇଁ ସେ ବହୁ ପରିଶ୍ରମ କରିବା ସହ ନିଜେ କବିତା ରଚନା କରି ଓ ଗାୟନ କରି ପ୍ରଶଂସନୀୟ ହୋଇଥିଲେ। ସରପଞ୍ଚ ସୂର୍ଯ୍ୟମଣୀ ଗୌଡ଼ ଓ ସମିତି ସଭ୍ୟ ବିବେକାନନ୍ଦ ବାରିକ ଭାରତୀଙ୍କ କାର୍ଯ୍ୟକୁ ଉଚ୍ଚ ପ୍ରଶଂସା କରିଥିଲେ। ଏହି ସବୁକୁ ଆଧାର କରି ବୁଗୁଡା ବିଡ଼ିଓ ତନ୍ମୟ ପାତ୍ର ଗଞ୍ଜାମ ଜିଲ୍ଲାପାଳଙ୍କ ଦୃଷ୍ଟି ଆକର୍ଷଣ କରାଇଥିଲେ।ଏଥି ସହ ସ୍ବର୍ଗତ ଭାରତୀଙ୍କ ଉଚ୍ଚ କୋଟିର କାର୍ଯ୍ୟ କଳାପ ନେଇ କେତକ ୱେବ ଇ ପେପରରେ ଖବର ପ୍ରକାଶ ପାଇ ଜିଲାପାଳଙ୍କ ଗୋଚରାର୍ଥେ ପ୍ରେରଣ କରାଯାଇଥିଲା। ସବୁ ଦିଗକୁ ବିଚାର କରି ଗଞ୍ଜାମ ଜିଲ୍ଳାପାଳ ମୃତ ଭରତୀ ସ୍ଵାଇଁଙ୍କୁ କରୋନା ଯୋଦ୍ଧା ଭାବେ ମାନ୍ୟତା ପ୍ରଦାନ କରି ରାଜ୍ୟ ସରକାରଙ୍କ ନିକଟକୁ ଅନୁମୋଦନ ପତ୍ର ପ୍ରେରଣ କରିଛନ୍ତି। ଯାହାଦ୍ୱାରା ତାଙ୍କ ପରିବାରକୁ କରୋନା ଯୋଦ୍ଧା ପାଇଁ ଉଦ୍ଦିଷ୍ଟ ବୀମାରାଶି ମିଳିବା ଆଶା ଦେଖାଦେଇଛି।
Sign in
Sign in
Recover your password.
A password will be e-mailed to you.