ଇଞ୍ଚୋଳ ବିକାଶ ମଞ୍ଚ ର ସବୁଜ ସାଥି କାର୍ଯ୍ୟକ୍ରମ

8

ହାଟଡିହି(ଶାସକ ପ୍ରଶାସକ): କେନ୍ଦୁଝର ଜିଲ୍ଲା ହାଟଡିହି ବ୍ଲକ ଇଞ୍ଚୋଳ ବିକାଶ  ମଞ୍ଚ  ଓ ଏଚଡିଏଫସି ବ୍ୟାଙ୍କ୍ ଆନନ୍ଦପୁର ସହାୟତାରେ ବନ ମହୋତ୍ସବ ସପ୍ତାହ ଅବସରରେ ସବୁଜ ସାଥି  କାର୍ଯ୍ୟକ୍ରମ ରେ  ବୃକ୍ଷରୋପଣ  କରାଯାଇଥିଲା. ଚନ୍ଦନ ପଣ୍ଡାଙ୍କ ଆବାହକତ୍ୱରେ ଅନୁଷ୍ଠିତ ସବୁଜ ସାଥି ବୃକ୍ଷରୋପଣ କାର୍ଯ୍ୟକ୍ରମରେ ଉମାକାନ୍ତ ପଣ୍ଡା ,ବିଶ୍ୱ ବିଜୟ ସୁଆର, ରାଜୀବ ନାୟକ ,ଅଜୟ ନାୟକ ,ଇନ୍ଦ୍ରମଣୀ ଯେନା ,ଜ୍ୟୋତିର୍ମୟ ପଣ୍ଡା ,ଜୀବନ ରାଉତ,ଆଦିକନ୍ଦ ସ୍ୱାଇଁ,ଚିରଞ୍ଜିବ୍ ନାୟକ,ଶିଶିର ଯେନା ,ଶ୍ରୀକାନ୍ତ ରାଉତ, ସାଇବ ପଣ୍ଡା, ସରୋଜ ସୁଆର ,ଏଚଡିଏଫସି ବ୍ୟାଙ୍କ ତରଫରୁ ନିରଞ୍ଜନ ମିଶ୍ର  ଉପସ୍ଥିତ ଥିଲେ ।ନିକଟସ୍ଥ କେନାଲ ବନ୍ଧରେ ବିଭିନ୍ନ କିସମର ଗଛ ଯଥା ଲିମ୍ବ ,ମହାଲିମ୍ବ ,କରଞ୍ଜ ,ସୀମାରୁବା,ଅଶ୍ୱତଥ୍  ଆଦି ରୋପଣ କରାଯାଇଥିଲା. ଇଞ୍ଚୋଳ ବିକାଶ ମଞ୍ଚର ପ୍ରମୁଖ ପ୍ରଚାରକ (ବ୍ରାଣ୍ଡ ଆମ୍ବାସଡର) ତଥା ବୃକ୍ଷପ୍ରେମୀ, ଜ୍ୟୋତିର୍ବିଦ୍ ଅନାଦି ଚରଣ ମହାରଣା ପଥଚାରୀ ମାନଙ୍କୁ ବୃକ୍ଷ ରୋପଣର ମହନୀୟତା ବିଷୟରେ ଅବଗତ କରାଇଥିଲେ ।

 

Leave A Reply

Your email address will not be published.