ବଣ ମଇଁଷି ଆତଙ୍କ, ୩ ଆହତ 

0

ଝାରବନ୍ଧ-ମନୋହର ଦାଶ :ବରଗଡ ଜିଲ୍ଲା ପଦ୍ମପୁର ଉପଖଣ୍ଡ ଜଗଦଲପୁର ପଞ୍ଚାୟତ ଅଧିନସ୍ତ ବିଜରାଭଟା ଓ ନୂଆପଡା ଗାଁ ରେ ବଣମଇଁଷି ଆକ୍ରମଣ ରେ ଦୁଇଜଣ ଗୁରୁତର ଆହତ ହୋଇଛନ୍ତି । ଆହତ ମାନେ ନୂଆପଡା ଗ୍ରାମ ର ବିରଞ୍ଚି ନାଏକ ଏବଂ ବିଜରାଭଟା ଗ୍ରାମ ର ନୁରା ପୋଢ଼ ଓ ଗୋପତ ଜଗତ । ସେମାନଙ୍କୁ ଚିକତ୍ସା ପାଇଁ ପଦ୍ମପୁର ସରକାରୀ ଡାକ୍ତର ଖାନା ରେ ଭର୍ତ୍ତି କରାଯାଇଛି। ଜଗଦଲପୁର ଥାନା ଆଇ.ଆଇ.ସି ଶ୍ରୀମତୀ ଲିଲିମା ଲଳିତା ବାର୍ଲା ଖବର ପାଇ ସାଙ୍ଗେ ସାଙ୍ଗେ ପଦ୍ମପୁର ବନ ବିଭାଗ କୁ ସୂଚନା ଦେଇଥିଲେ । ପଦ୍ମପୁର ରେଞ୍ଜର ପ୍ରମୋଦ ସାହୁ ଫରେଷ୍ଟର ସୁଶାନ୍ତ ଦାଶ, ସୋଭିତ ନନ୍ଦନ ସୁଶାରୀ, ଗାର୍ଡ଼ ଉପେନ୍ଦ୍ର ପଟେଲ, ତରଣୀସେନ ପ୍ରଧାନ,ବଳରାମ ସାହୁ ପ୍ରମୁଖ ପହଞ୍ଚି ଛତିଶଗଡ ବାର ଜଙ୍ଗଲ ରୁ ଆସିଥିବା ମଇଁଷି କୁ ଛତିଶଗଡ ଜଙ୍ଗଲ ଆଡ଼କୁ ଘଉଡ଼ାଇ ଦେଇଛନ୍ତି। ଵନବିଭାଗ ପକ୍ଷ ରୁ ଉକ୍ତ ମଇଁଷି ର ଗତିବିଧି ଉପରେ ନଜର ରଖାଯାଉଥିବା ପ୍ରକାଶ।

 

Leave A Reply

Your email address will not be published.