ରେଜିଷ୍ଟ୍ରେସନର ଏକା ଦିନରେ ପଟ୍ଟା, ମାତ୍ର କେଇ ଘଂଟାରେ 

0

ପାଇକମାଳ (ଶାସକ ପ୍ରଶାସକ) : ସମୟ ପରିବର୍ତ୍ତନଶୀଳ। ଏହା ସହ ତାଳ ଦେଇ ଦିନକୁ ଦିନ ପ୍ରଶାସନିକ କାର୍ଯ୍ୟ ମଧ୍ୟ  ପରିବର୍ତ୍ତିତ ହେଉଛି। ଦିନ ଥିଲା ରେଜିଷ୍ଟ୍ରି ଭୁକ୍ତ ଜମି ପଟ୍ଟା ପାଇବା ପାଇଁ ଲୋକଙ୍କୁ ଧାଇଁ ଧାଇଁ ନୟାନ୍ତ ହେବାକୁ ପଡୁଥିଲା। ହେଲେ ଆଜି ବରଗଡ଼ ଜିଲ୍ଲା ପାଇକମାଲ ତହସିଲଦାର ମନୋଜ କୁମାର ମେହେର ଜମି ରେଜିଷ୍ଟ୍ରି ହେବାର କିଛି ଘଣ୍ଟାରେ ଜମି ପଟ୍ଟା ପ୍ରଦାନ କରି ଉଦାହରଣ ସୁଷ୍ଟି କରିଛନ୍ତି। ତହସିଲ ଅଫିସ ରୁ ମିଳିଥିବା ସୂଚନାମୁତାବକ ମହମ୍ମଦ ବସିର  ମିଠାପଲି ମୌଜାର 56 ଡିସମିଲ ମିଠାପଲି ନିବାସୀ ଗୌରୀ ଶଙ୍କର ସାହୁ ଙ୍କର ନିକଟରୁ କିଣିଥିଲେ । ରେଜିଷ୍ଟ୍ରି ପାଇଁ ସେ ପାଇକମାଲ ସବରେଜିଷ୍ଟ୍ରି କାର୍ଯ୍ୟାଳୟରେ ଆବେଦନ କରିଥିଲେ । ରେଜିଷ୍ଟ୍ରି ହେବାର କିଛି ଘଣ୍ଟାରେ ସଂପ୍ରୁକ୍ତ କ୍ରେତାଙ୍କୁ ପଟ୍ଟା ପ୍ରଦାନ କରାଯାଇଛି । ତହସିଲଦାର ତଥା ସବରେଜିଷ୍ଟାର ଶ୍ରୀ ମନୋଜ କୁମାର ମେହେର ହିତାଧିକାରୀ ଶ୍ରୀ ମହମ୍ମଦ ବସିରଙ୍କୁ ପଟ୍ଟା ପ୍ରଦାନ କରିଥିଲେ। ଏହି ଅବସରରେ ଅତିରିକ୍ତ ତହସିଲଦାର ଶ୍ରୀ ସୁଶାନ୍ତ କୁମାର ରଣ , ରାଜସ୍ବ ସୁପରଭାଇଜର ମଙ୍ଗଲୁ ସାନବର୍ଷା , ପାଇକମାଲ RI ଶ୍ରୀ ଶଶୀକାନ୍ତ ସାହୁ ଙ୍କ ସମେତ ସବରେଜିଷ୍ଟ୍ରି ଓ ତହସିଲ କାର୍ଯ୍ୟାଳୟର କର୍ମକର୍ତ୍ତା,ମାନେ ଉପସ୍ଥିତ ଥିଲେ।

Leave A Reply

Your email address will not be published.