ଆଗଧାଡ଼ିର କରୋନା ଯୋଦ୍ଧା ଭାବେ ଜିଲ୍ଲାପାଳ, ଏସପି ଓ ଆଦର୍ଶ ଥାନା ଥାନାଧିକାରୀଙ୍କୁ ସମ୍ବର୍ଦ୍ଧନା 

0

http://www.youtube.com/watch?v=Ou7DQVq8S5o

 ସମ୍ବର୍ଦ୍ଧିତ କଲେ ଆନ୍ତର୍ଜାତୀୟ ମାନବ ଅଧିକାର କାଉନସିଲ” ଗଜପତି ଜିଲ୍ଲା ବୋର୍ଡ ଓ ଭୂବନେଶ୍ୱର ସ୍ଥିତ “ଲାଇଫ୍ ସଂଗଠନ ” ସଂସ୍ଥା 

ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ଗଜପତି ଜିଲ୍ଲାର ଆଗଧାଡ଼ିର କରୋନା ଯୋଦ୍ଧା ଭାବେ ଜିଲ୍ଲାପାଳ ଅନୁପମ ସାହା , ଆରକ୍ଷୀ ଅଧିକ୍ଷକ ସାରା ଶର୍ମା ଏବଂ ଆଦର୍ଶ ଥାନାର ଥାନାଧିକାରୀ ବିବେକା ନନ୍ଦ ସ୍ବାଇଁ ଙ୍କୁ ପାରଳାଖେମୁଣ୍ଡି ଠାରେ “ଆନ୍ତର୍ଜାତୀୟ ମାନବ ଅଧିକାର କାଉନସିଲ”ର ଗଜପତି ଜିଲ୍ଲା ବୋର୍ଡ ଓ ଭୂବନେଶ୍ୱର ସ୍ଥିତ “ଲାଇଫ୍ ସଂଗଠନ ” ସଂସ୍ଥା ପକ୍ଷରୁ ପୁଷ୍ପଗୁଚ୍ଛ , ଉପଢୌକନ ଓ  ପ୍ରମାଣପତ୍ର ଦେଇ ସମ୍ମାନିତ କରାଯାଇଛି ।

  ଦୀର୍ଘ ଦିନ ଧରି ଗଜପତି ଜିଲ୍ଲାରେ ମହାମାରୀ କରୋନା ଭୁତାଣୁ ସଂକ୍ରମଣତା ଠାରୁ ଲୋକେ କିଭଳି ସାବଧାନତା ଅବଲମ୍ବନ କରିବେ ଏବଂ ଏ କ୍ଷେତ୍ରରେ ଏହାର ସଫଳ ତଥା କଡା ମୁକାବିଲା କରାଯିବା ଦିଗରେ ଏକ ପ୍ରମୁଖ ଭୂମିକା ଗ୍ରହଣ କରି ଆସୁଛନ୍ତି । ଏମିତି କି ଏମାନେ କରୋନା ଯୋଦ୍ଧା ଭାବେ ନିଜକୁ ଦିନ ଓ ରାତି ଏକ କରିଦେଇ ଲୋକଙ୍କୁ ବିଭିନ୍ନ ମାଧ୍ୟମରେ ସଚେତନ ସୃଷ୍ଟି କରି ଆସୁଛନ୍ତି । ସେଥିପାଇଁ ଆଗଧାଡ଼ିର କରୋନା ଯୋଦ୍ଧା ଭାବେ ଏମାନଙ୍କୁ “ଆନ୍ତର୍ଜାତିକ ମାନବ ଅଧିକାର କାଉନସିଲ”ର ଗଜପତି ଜିଲ୍ଲା ବୋର୍ଡ ଓ ଭୁବନେଶ୍ୱର ଠାରେ ଥିବା “ଲାଇଫ ସଂଗଠନ ” ସଂସ୍ଥା ପକ୍ଷରୁ ସମ୍ମାନିତ କରାଯାଇଛି। 

  ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଠାରେ ଜିଲ୍ଲାପାଳ ଅନୁପମ ଶାହା ଙ୍କୁ ସମ୍ମାନିତ କରାଯାଇଥିବା ବେଳେ ଆରକ୍ଷୀ ଅଧିକ୍ଷକ ସାରା ଶର୍ମାଙ୍କୁ ତାଙ୍କ କାର୍ଯ୍ୟାଳୟରେ ଏବଂ ପାରଳାଖେମୁଣ୍ଡି ଆଦର୍ଶ ଥାନାର ଥାନାଧିକାରୀ ବିବେକା ନନ୍ଦ ସ୍ବାଇଁଙ୍କୁ ଆଦର୍ଶ ଥାନାରେ ସମ୍ମାନିତ କରାଯାଇଛି । ଏହି କରୋନା ଯୋଦ୍ଧା ମାନଙ୍କୁ “ ଆନ୍ତର୍ଜାତୀୟ ମାନବ ଅଧିକାର କାଉନସିଲ”ର ଗଜପତି ଜିଲ୍ଲା ବୋର୍ଡର ସଭାପତି ଆଲୋକ କୁମାର ବୋଷଙ୍କ ସମେତ ବୋର୍ଡର ଉପ-ସଭାପତି ପ୍ରଦୀପ କୁମାର ଚୌଧୁରୀ ଏବଂ ସାଧାରଣ ସମ୍ପାଦିକା ମଞ୍ଜୁଳା ଚୌଧୁରୀ ଓ ଲିଲି ସାହୁ ପ୍ରମୁଖ ଉପସ୍ଥିତ ରହି ସେମାନଙ୍କୁ ପୁଷ୍ପଗୁଚ୍ଛ , ଉପଢୌକନ ଓ ପ୍ରମାଣପତ୍ର ଦେଇ ସମ୍ମାନିତ କରିଥିଲେ ।

ସେହି ପରି ଚାଇଡ୍ ଲାଇନ୍ ର କଡିନେଟର୍ ନାଗେଶ୍ୱର ଚୌଧୁରୀଙ୍କୁ ମଧ୍ୟ ” ଆନ୍ତର୍ଜାତୀୟ ମାନବ ଅଧିକାର କାଉନସିଲ” ଗଜପତି ଜିଲ୍ଲା ବୋର୍ଡ ପକ୍ଷରୁ ସମ୍ମାନିତ କରାଯାଇଥିଲା।

 

Leave A Reply

Your email address will not be published.