କୁଏତ୍‌ରୁ ଓଡିଆ ଯୁବକଙ୍କ ମରଶରୀର ଫେରାଇ ଆଣିବାକୁ ବୈଜୟନ୍ତ ପଣ୍ଡାଙ୍କ ଉଦ୍ୟମ 

0

କୁଏତ୍‌ରେ ଅବସ୍ଥାପିତ ଭାରତୀୟ ରାଷ୍ଟ୍ରଦୂତଙ୍କୁ ହସ୍ତକ୍ଷେପ କରିବାକୁ ଚିଠି ଲେଖି ନିବେଦନ

ଭୁବନେଶ୍ବର(ଶାସକ ପ୍ରଶାସକ) :  ବରିଷ୍ଠ ବିଜେପି ନେତା ତଥା ରାଷ୍ଟ୍ରୀୟ ଉପସଭାପତି ଶ୍ରୀ ବୈଜୟନ୍ତ ପଣ୍ଡା କୁଏତ୍‌ରୁ ଓଡିଆ ଯୁବକ ସ୍ବର୍ଗତ ସୁବାଷ ଚନ୍ଦ୍ର ବେହେରାଙ୍କ ମରଶରୀର ଭାରତ ଫେରାଇ ଆଣିବା ପାଇଁ କୁଏତ୍‌ରେ ଅବସ୍ଥାପିତ ଭାରତୀୟ ରାଷ୍ଟ୍ରଦୂତଙ୍କୁ ହସ୍ତକ୍ଷେପ କରିବାକୁ ଏକ ଚିଠି ଲେଖି ନିବେଦନ କରିଛନ୍ତି।

ଏଠାରେ ସୂଚନାଯୋଗ୍ୟ ଯେ କେନ୍ଦ୍ରାପଡା ଜିଲ୍ଲାର ପଟ୍ଟାମୁଣ୍ଡାଇ ଥାନା ଅନ୍ତର୍ଗତ ବାଲିଆଯୋଡି ଗ୍ରାମର ଉତ୍ତମ ଚରଣ ବେହେରାଙ୍କ ବଡ ପୁଅ ସୁବାଷ ଚନ୍ଦ୍ର ବେହେରା କୁଏତ୍‌ର ଏକ ଘରୋଇ କମ୍ପାନୀରେ ଦିନ ମଜୁରିଆ ଭାବରେ କାମ କରୁଥିଲେ। ଗତ ମାସ ୨୭ ତାରିଖରେ ପରିବାର ଲୋକ ସୁବାଷଙ୍କର ସନ୍ଦେହଜନକ ଭାବେ ମୃତ୍ୟୁ ହୋଇଥିବା ଖବର ତାଙ୍କର ସହକର୍ମୀଙ୍କ ଜରିଆରେ ଜାଣିବାକୁ ପାଇଥିଲେ। କମ୍ପାନୀ କର୍ତ୍ତୃପକ୍ଷ ମୃତ୍ୟୁର ସଠିକ କାରଣ ଜଣାଉନଥିବା ବେଳେ କୌଣସି ଯୋଗାଯୋଗ ହୋଇପାରୁନଥିବା ପରିବାର ଲୋକ ଅଭିଯୋଗ କରିଛନ୍ତି। ସହାୟତା ପାଇଁ ପରିବାର ଲୋକ ପୂର୍ବତନ ବିଧାୟକ ଅଲେଖ ଜେନା ଓ ବିଜେପି କେନ୍ଦ୍ରାପଡା ଜିଲ୍ଲା ସଭାପତି କିଶୋର ପଣ୍ଡାଙ୍କ ଜରିଆରେ ଶ୍ରୀ ପଣ୍ଡାଙ୍କୁ ଅନୁରୋଧ କରିଥିଲେ।

ଅନୁରୋଧକ୍ରମେ ଶ୍ରୀ ପଣ୍ଡା କୁଏତ୍‌ରେ ଭାରତୀୟ ରାଷ୍ଟ୍ରଦୂତଙ୍କ ସହ ଯୋଗାଯୋଗ କରି ଏ ବିଷୟରେ ଅବଗତ କରିବା ପରେ ତୁରନ୍ତ ଏ ଦିଗରେ ପଦକ୍ଷେପ ନେଇ ମରଶରୀର ଭାରତ ଫେରାଇ ଆଣିବା ପାଇଁ ସହାୟତା ଯୋଗାଇଦେବା ସହ ଆବଶକୀୟ ଅନୁକମ୍ପା ରାଶୀ ପ୍ରଦାନ କରିବାକୁ ଦାବି କରିଛନ୍ତି।

Leave A Reply

Your email address will not be published.