ମୃତକ ଆକ୍ରାନ୍ତଙ୍କ ପରିବାରରୁ ତିନି କରୋନା ପଜିଟିଭ

0

ନୟାଗଡ (ବିଶ୍ୱଜିତ ନାୟକ ) – ନୟାଗଡ ଜିଲ୍ଲାରେ ପ୍ରଥମ କରୋନା ରୋଗୀଙ୍କ ଆଜି ମୃତ୍ୟୁଘଟିଥିବା ବେଳେ ସେହି ପରିବାରରୁ ଆଉ ତିନି ଜଣ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି ।ଏ ସମସ୍ତ କରୋନା ପଜେଟିଭଙ୍କ ଘର ନୟାଗଡ ସହର ଯଦୁମଣି ନଗର ହୋଇଥିବାବେଳେ ପ୍ରଶାସନ ଏହି ଅଂଚଳକୁ କଣ୍ଟେଟମେଂଟ   ଅଂଚଳ ଭାବେ ଘୋଷଣା କରିଛନ୍ତି । ନୟାଗଡ ଟାଉନ ଥାନା ଏସଆଇ ଧର୍ମେନ୍ଦ୍ର ସିଆଳ ଏବଂ ଏଏସଆଇ ଅଶୋକ ମହାନ୍ତି ସାହି ସାହି ବୁଲି ଯଦୁମଣି ନଗରର ଜନ ସାଧରଣଙ୍କୁ ବାହାରକୁ ନବାହାରିବା  ପାଇଁ ସଚେତନ କରାଇଥିଲେ ।ନୟାଗଡ଼ ସହରରେ ଏହା ପ୍ରଥମ ହୋଇଥିବାରୁ ନୟାଗଡ଼ ସହରରେ ଭୟର ବାତାବରଣ ଖେଳିଯାଇଥିବା ବେଳେ ଯଦୁମଣି ନଗର ବାସିନ୍ଦା ଅତ୍ୟନ୍ତ ଭୟଭୀତ  ଅଛନ୍ତି ।

 

Leave A Reply

Your email address will not be published.