ବନମହୋତ୍ସବ ସପ୍ତାହ ପାଳନ ଉପଲକ୍ଷେ ଚାରା ବିତରଣ କାର୍ଯ୍ୟକ୍ରମ 

0

ସିନାପାଲ୍ଲୀ( ନିରାକାର ମେହେର)  ନୂଆପଡା ଜିଲ୍ଲା ସିନାପାଲି ବ୍ଲକ ଜଙ୍ଗଲ ଓ ପରିବେଶ ଓଡିଶା ତରଫରୁ ଆଜି ସିନାପାଲି ବ୍ଲକ ପାଖରେ ରେ ଚାରା ବିତରଣ କାର୍ଯ୍ୟକ୍ରମ ଆରମ୍ଭ ହୋଇଛି !ଏହି ଚାରା ବିତରଣ କାର୍ଯ୍ୟକ୍ରମ କୁ ସିନାପାଲି ବିଡ଼ିଓ ସଦାଶିବ ନାୟକ ଙ୍କ କରକମଳ ରେ ଉଦଘାଟନ ହୋଇଥିଲା | ଏହି ବନମହୋତ୍ସବ ରେ ସିନାପାଲି ବନବିଭାଗ ଅଧିକାରୀ, ଉଦନ୍ତି ୟୁଥ କ୍ଲବ, NZSS ସାମ୍ବାଦିକ ସଂଘ, ଓ ନେତାଜୀ ଯୁବକ ସଂଘ ର କର୍ମ କର୍ତା ଉପସ୍ଥିତ ଥିଲେ | ଏହି କାର୍ଯ୍ୟକ୍ରମ କୁ ବିମଲ କୁମାର ଟୋକୁନ (ରେଞ୍ଜର )ପରିଚାଳନା କରିବା ସହ ସମସ୍ତ ବନବିଭାଗ ଅଧିକାରୀ ପୂର୍ଣ୍ଣଚନ୍ଦ୍ର ନାଏକ, କେଶବ ଦଣ୍ଡସେନା, ଚୁଡାନାଥ ସରାଫ, ରୁକ୍ମଣ ମାଝୀ, ପୁରୁଷୋତ୍ତମ ନାଗ, ସନ୍ଧ୍ୟା ମାଝୀ, ପ୍ରମୁଖ ଉପସ୍ଥିତ ଥିଲେ !ଏହି ବନମହୋତ୍ସବ ରେ ପ୍ରାୟ 2 ଲକ୍ଷ ଚାରା ବଣ୍ଟନ କରିବା ସହ ଗୋଟିଏ ଟଙ୍କା ରେ ଗୋଟିଏ ଚାରା ବଣ୍ଟନ କରୁଥିଲେ ଓ ଜଣେ ଲୋକ 10 ଟି ଚାରା ନେଉଥିଲେ ବୋଲି ଶ୍ରୀ ଟୋକୁନ କହିଥିଲେ | ଏଠି ବିଭିନ୍ନ ପ୍ରକାର ଯେମିତି ପଣସ, ସାଗୁଆନ, ରିଠା, ଦେବଦାରୁ, ସଜନା, ବହଳ, ବିଭିନ୍ନ ପ୍ରକାର ର ଚାରା ବଣ୍ଟନ କରୁଥିଲେ | 

 

 

Leave A Reply

Your email address will not be published.