ଛି ଛି … ପୁଣି ନାବାଳିକାଙ୍କୁ ଅସଦାଚରଣ: ଅଭିଯୁକ୍ତ ଗିରଫ

0

ସୁନ୍ଦରଗଡ଼/ ହୋରାଚାନ୍ଦ ଦେଉରିଆ  :- ସୁନ୍ଦରଗଡ଼ ଜିଲା ବୀରମିତ୍ରପୁର ଥାନାରେ ନାବାଳିକାଙ୍କୁ ବଳାତ୍କାର ଘଟଣା ସାରା ରାଜ୍ୟରେ ଚାଞ୍ଚଲ୍ୟ ସୃଷ୍ଟି କରିଛି। ଏହି ଘଟଣାକୁ କେଇଟାଦିନ ପୁରି ନ ଥିବା ବେଳେ ପୁଣି ସେହି ଥାନା ଅନ୍ତର୍ଗତ ଡି.ଦାସ ଦଫେଇରେ ଆଉ ଏକ ନାବାଳିକାଙ୍କୁ ଅସଦାଚରଣ ହୋଇଥିବା ଅଭିଯୋଗ ହୋଇଛି । ଏହି ଘଟଣାର ପୋଲିସ ଅଭିଯୁକ୍ତ ବୀରମିତ୍ରପୁର ପୌରାଞ୍ଚଳର ରାଜୀବ ସିଂ(୨୧)କୁ ବୁଧବାର ଗିରଫ କରିଛି । ଘଟଣାଟି ଜୁନ ୨୮ ତାରିଖ ରବିବାର ରାତିରେ ଘଟିଥିବା ବେଳେ ଅଭିଯୁକ୍ତ ରାଜୀବ ଘଟଣାସ୍ଥଳରୁ ଫେରାର ହୋଇଯାଇଥିଲେ। ଏ ନେଇ ନାବାଳିକାଙ୍କ ପରିବାର ପକ୍ଷରୁ ଥାନାରେ ଲିଖିତ ଅଭିଯୋଗ ହୋଇଥିଲା। ଥାନାରେ କେସ ନଂ.(୮୦/୨୦)ରେ ମାମଲା ରୁଜ କରି ପୋଲିସ ରାଜୀବଙ୍କୁ ଧରିବା ପାଇଁ ଚେଷ୍ଟା ଚଳାଇଥିଲା। ବୁଧବାର ରାଜୀବଙ୍କୁ ପୋଲିସ ତାଙ୍କ ଘର ନିକଟରୁ ଗିରଫ କରିଛି ।ସୂଚନାଯୋଗ୍ୟ, ୨୮ ତାରିଖ ରବିବାର ଡି.ଦାସ ଦଫେଇରେ ନିଜ ପରିବାର ସହ ରହୁଥିବା ଉକ୍ତ ନାବାଳିକା(୧୬) ଘରେ ଏକା ଶୋଇଥିଲେ। ହେଲେ କୌଣସି ପ୍ରକାର ଘରର ପଛ କବାଟ ଖୋଲି ରାଜୀବ ନାବାଳିକାଙ୍କୁ ବଳାତ୍କାର ଉଦ୍ୟମ କରିଥିଲେ। ସେ ଚିତ୍କାର କରିବାରୁ ପରିବାର ଲୋକେ ଉଠି ତାଙ୍କ ନିକଟକୁ ଯିବା ପୂର୍ବରୁ ଅଭିଯୁକ୍ତ ରାଜୀବ ଫେରାର ହୋଇଯାଇଥିଲେ।

 

Leave A Reply

Your email address will not be published.