ସମ୍ବଲପୁର(ରମାକାନ୍ତ ବିଶ୍ବାଳ ): ସମ୍ବଲପୁର ଜିଲ୍ଲା ନାକଟିଦେଉଳ ବନାଞ୍ଚଳ ଅନ୍ତର୍ଗତ ବାଟଗାଁ ଫରେଷ୍ଟ ସେକ୍ସନର ବିନ୍ଦପୁର ଗ୍ରାମ ରୁ ସୋମବାର ସକାଳୁ ଏକ ମୃତ ଭାଲୁକୁ ବନବିଭାଗ ଉଦ୍ଧାର କରିଛି । ଜୀବନ୍ତ ବିଦ୍ୟୁତ ତାର ସଂସ୍ପର୍ଶ ରେ ଆସି ଭାଲୁଟିର ମୃତ୍ୟୁ ଘଟିଥିବା ଜଣାପଡିଛି ।ମିଳିଥିବା ସୁଚନା ଅନୁସାରେ ବିନ୍ଦପୁର ଗ୍ରାମର ଢିପ ସାହିକୁ ଏହି ଭାଲୁଟି ପଣସ ଖାଇବାକୁ ରବିବାର ରାତ୍ରିରେ ଆସିଥିଲା ।ତେବେ ଏହି ସମୟରେ ତଳେ ମାଟି ଉପରେ ଓହଳି ଥିବା 11କେଭି ଜୀବନ୍ତ ବିଦ୍ୟୁତ ତାର ରେ ଲାଗି ଯିବାରୁ ଘଟଣା ସ୍ଥଳରେ ତାର ମୃତ୍ୟୁ ଘଟିଥିଲା ।ଆଜି ସକାଳୁ ଗ୍ରାମବାସୀ ମାନେ ଏହା ଦେଖି ବନବିଭାଗ କୁ ଖବର ଦେବା ପରେ ବନବିଭାଗ ସେଠାରେ ପହଞ୍ଚି ମୃତ ଭାଲୁର ଶବ ଜବତ କରି ବ୍ଯବଚ୍ଛେଦ କରାଇଥିବା ଜଣାପଡିଛି ।
Sign in
Sign in
Recover your password.
A password will be e-mailed to you.