ବାରିପଦା(ଦିଲ୍ଲୀପ ମହାନ୍ତି )- ଦେଶରେ କ୍ରମାଗତ ଭାବେ ଡିଜେଲ ଓ ପେଟ୍ରୋଲ ମୂଲ୍ୟ ବୃଦ୍ଧି ପ୍ରତିବାଦ ଏବଂ ପ୍ରତ୍ୟାହାର ଦାବିରେ ଓଡିଶା ପ୍ରଦେଶ କଂଗ୍ରେସ କମିଟି ସଭାପତି ନିରଞ୍ଜନ ପଟ୍ଟନାୟକଙ୍କ ଆହ୍ବାନ କ୍ରମେ ମୟୂରଭଞ୍ଜ ଜିଲ୍ଲା କଂଗ୍ରେସ କମିଟି ପକ୍ଷରୁ ବାରିପଦା ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ ସହ ଗଣଧାରଣା ଦେଇଥିଲେ । ମୟୂରଭଞ୍ଜ ଜିଲ୍ଲା କଂଗ୍ରେସ ସଭାପତି ହେମନ୍ତ ଦାସଙ୍କ ନେତୃତ୍ୱରେ ଅନୁଷ୍ଠିତ ଉକ୍ତ କାର୍ଯ୍ୟକ୍ରମରେ ପୂର୍ବତନ ମନ୍ତ୍ରୀ ସରସ୍ୱତୀ ହେମ୍ବ୍ରମ, ଅଜୟ ମହାପାତ୍ର, ଯୁଗେଶ ଅଗ୍ରୱାଲା, ସୁଦୀପ ମନ୍ତ୍ରୀ, ସସ୍ମିତା ଘୋଷାଲ, ଅଶୋକ କୁମାର ଅଧିକାରୀ, ଅରବିନ୍ଦ ଦାସ, ପ୍ରଦୀପ କୁମାର ମିଶ୍ର, ଦଶରଥ ସିଂ ପ୍ରମୁଖ ଯୋଗ ଦେଇ ଦେଶରେ କ୍ରମାଗତ ଭାବେ ପେଟ୍ରୋଲ ଓ ଡିଜେଲର ମୂଲ୍ୟ ବୃଦ୍ଧିକୁ ତୀବ୍ର ସମାଲୋଚନା କରିଥିଲେ । ଏଥିସହିତ ଦେଶରେ କରୋନା ମୁକାବିଲା ନିମନ୍ତେ ଲକ ଡାଉନ ଦେଶବାସୀଙ୍କ ଆର୍ଥିକ ମେରୁଦଣ୍ଡକୁ ଦୋହଲାଇ ଦେଇଛି । ଜନସାଧାରଣ ଭୋକ ଉପବାସରେ ମାରୁଥିବା ବେଳେ କେନ୍ଦ୍ରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଦ୍ୱାରା ପରିଚାଳିତ ଏନଡିଏ ସରକାର ଆନ୍ତର୍ଯ୍ୟାତିକ ବଜାରରେ ଅଶୋଧିତ ତୈଳ ମୂଲ୍ୟ ହ୍ରାସ ପାଉଥିବା ବେଳେ ଦେଶରେ ପେଟ୍ରୋଲ ଓ ଡିଜେଲ ମୂଲ୍ୟକୁ ବଢ଼ାଇ ଚାଲିଛନ୍ତି । ଫଳରେ ଏହାର ପ୍ରଭାବ ବଜାର ମୂଲ୍ୟ ଉପରେ ପ୍ରତିଫଳିତ ହୋଇଛି । ନିତ୍ୟବ୍ୟବହାର୍ଯ୍ୟ ସାମଗ୍ରୀ ସହିତ ପ୍ରତ୍ୟେକ ପଦାର୍ଥର ମୂଲ୍ୟ ବୃଦ୍ଧିର କାରଣ ପାଲଟିଛି । ଏଣୁ ଦେଶରେ ପେଟ୍ରୋଲ ଓ ଡିଜେଲର ବାର୍ଦ୍ଧିତ ମୂଲ୍ୟ ପ୍ରତ୍ୟାହାର ଦାବିରେ ଭାରତର ରାଷ୍ଟ୍ରପତିଙ୍କ ଉଦ୍ଦେଶ୍ୟରେ ଏକ ସ୍ମାରକ ପତ୍ର ଜିଲ୍ଲାପାଳଙ୍କ ଜରିଆରେ ପ୍ରଦାନ କରିଥିଲେ । ଆଜିର ଏହି କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ଦୀପକ ଦାଶ, ଇତିଶ୍ରୀ ମିଶ୍ର, ବିମଳା ପଢିଆରୀ, ବିଷ୍ଣୁପ୍ରିୟା ଦାସ, ସରସ୍ୱତୀ ସିଂ, ଦେବେନ୍ଦ୍ର ସିଂ, ଶକୁନ୍ତଳା ନାଏକ, ଗୋରାଚାନ୍ଦ ସିଂ ଓ ସୁନିତା ସିଂ ପ୍ରମୁଖ ଯୋଗ ଦେଇଥିଲେ ।
Sign in
Sign in
Recover your password.
A password will be e-mailed to you.
Next Post