ବଢ଼ିଲା ଝାମେଲା : ମନ୍ତ୍ରୀଙ୍କ ଝିଅଙ୍କ ନାଁରେ ରୁଜୁ ହେଲା ମାମଲା 

0

ମାମଲା ରୁଜୁ କରିବାକୁ ଜିଲ୍ଲାପାଳ ଦେଇଥିଲେ ନିର୍ଦ୍ଦେଶ। 

ଝାରସୁଗୁଡ଼ା (ସୁଭାଷ ସହାରେ):  ସ୍ବାସ୍ଥ୍ୟମନ୍ତ୍ରୀ ନବକିଶୋର ଦାସଙ୍କ ଝିଅ ଦିପାଳି ଦାସଙ୍କ ସରକାରୀ ଭବନରେ କୋଭିଡ-19 ନିୟମ ଉଲଂଘନ ଏକ ନୂଆ ମୋଡ଼ ନେଇଛି। ଗତ ୨୨ ଜୁନରେ ସରକାରୀ ଭବନରେ ଜିଲ୍ଲାପାଳଙ୍କ ବିନା ଅନୁମତିରେ ନରସିଂହ -ବିଷ୍ଣୁପ୍ରିୟା ଟ୍ରଷ୍ଟ ନାମରେ କୋରୋନା ଯୋଦ୍ଧାଙ୍କୁ ସମ୍ମାନ ସମାରୋହ କରି ତୀବ୍ର ସମାଲୋଚନାର ଶିକାର ହୋଇଥିବା ଉଭୟ ସ୍ବାସ୍ଥ୍ୟମନ୍ତ୍ରୀ ଓ ତାଙ୍କର ଝିଅ ଦିପାଳି ଦାସଙ୍କ ପାଇଁ  ପାଇଁ ବର୍ତ୍ତମାନ ଆଇନ କଠୋର ଆଭିମୁଖ୍ୟ ପୋଷଣ କରିଥିବା ଜଣା ଯାଇଛି। ଏହା ଉପରେ ସଂଜ୍ଞାନ ନେଇ ନିଜେ ଜିଲ୍ଲାପାଳ କୋଭିଡ-19ର ମାଜିଷ୍ଟ୍ରେଟ କାର୍ଯ୍ୟନିର୍ବାହୀ ଅଧିକାରୀଙ୍କୁ  ଦିପାଳି ଦାସଙ୍କ ବିରୋଧରେ ଥାନାରେ ଏକ ମାମଲା ରୁଜୁ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। ଝାରସୁଗୁଡ଼ା ସଦର ଥାନାରେ ଏହାକୁ ନେଇ ଜିଲ୍ଲା କଂଗ୍ରେସ ତରଫରୁ ଦିଆଯାଇଥିବା ଏତଲାକୁ ଭିତ୍ତି କରି ଏକ ମାମଲା ରୁଜୁ କରାଯାଇଥିବା ଏସପି ରାହୁଲ ପି ଆର ସୂଚନା ଦେଇଛନ୍ତି। 

ସୂଚନାଯୋଗ୍ୟ ଯେ ମନ୍ତ୍ରୀ ଶ୍ରୀ ନବକିଶୋର ଦାସଙ୍କ ଝିଅଙ୍କ ଆଇନକୁ ବେଖାତିର କରି ଏହିପରି ପଦକ୍ଷେପକୁ ଜିଲ୍ଲାର ଅନେକ ରାଜନୈତିକ ବ୍ୟକ୍ତି, ସଂଗଠନ, ବୁଦ୍ଧିଜୀବୀ ନାପସନ୍ଦ କରିଥିଲେ। ଅନ୍ୟପକ୍ଷରେ ଦିପାଳି ଦାସ ତାଙ୍କ ପ୍ରତିକ୍ରିୟାରେ କହିଛନ୍ତି ଯେ ସେ ଆଇନକୁ ସମ୍ମାନ ଜଣାଉଛନ୍ତି, ମାତ୍ର କିଛି ସ୍ବେଛାସେବୀଙ୍କ ସହ ଆଗାମୀ ଦିନରେ ମଧ୍ୟ ଏଭଳି କାର୍ଯ୍ୟକ୍ରମ ଜାରି ରହିବ। ବର୍ତ୍ତମାନ ସାଧାରଣ ଜନତା ପ୍ରଶ୍ନ କରୁଛନ୍ତି ଯେ ଆଇନ ଦିପାଳି ଦାସଙ୍କ ପ୍ରତି କିପରି ମନୋଭାବ ପୋଷଣ କରିବ।

Leave A Reply

Your email address will not be published.